ଚୁଟକିରେ ପଢନ୍ତୁ ଏଇ ମୁହୂର୍ତ୍ତର ଖବର...
·1 year ago·2 min read

- ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା...୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି...ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ
- ଲୋକଙ୍କ ଆଶା ପ୍ରତିଫଳିତ କରିବାକୁ ଉଦ୍ୟମ ଜାରି ରହିବ...ଆଜିର ବୈଠକରେ ୨୬ଟି ମୂଲ୍ୟବାନ ପ୍ରସ୍ତାବ ପାଇଛୁ...ବିଭାଗ ତରଫରୁ ମୂଲ୍ୟବାନ ପ୍ରସ୍ତାବ ଲିପିବଦ୍ଧ କରାଯାଇଛି...ଏସବୁ ପ୍ରସ୍ତାବ ବଜେଟରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିବୁ କହିଲେ ମୁଖ୍ୟମନ୍ତ୍ରୀ
- ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କଡା ଚେତାବନୀ...ରଥ ଉପରେ ମୋବାଇଲ ମନା...ବିଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ
- ଆଜି କିମ୍ବା ଆସନ୍ତା କାଲି ସ୍ପଷ୍ଟ ହେବ ରତ୍ନ ଭଣ୍ଡାର ଏସଓପି । ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଯାଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
- ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ...ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିଲା
- ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶାର ସଭାପତି ହେଲେ ସମୀର ଦେ...ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ...ସେହିପରି ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା
- ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ...ବିଜେଡି ହିଁ ବିଜେଡିକୁ ହରାଇଛି କହିଲେ ବରିଷ୍ଠ ନେତା ନୃସିଂହ ସାହୁ...ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି ରଖିଲେ ପ୍ରତିକ୍ରିୟା
- ୫୦ ହଜାର ଟଙ୍କା ଲାଞ୍ଚନେବା ସମୟରେ ମାଡି ବସିଲା ଭିଜିଲାନ୍ସ...ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ବଲାଙ୍ଗିର ସିଲିକନ୍ ଭ୍ୟାଲିରେ ଥିବା ଭଡାଘରେ ଓ ପୈତୃକ ଗାଁ ବ୍ରହ୍ମପୁରେ ଭିଜିଲାନସ ଟିମର ଚଢାଉ
- ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା...ଗତବର୍ଷ ଏଯାବତ୍ ୨୭୮ ଡେଙ୍ଗୁ ରୋଗୀ ହୋଇଥିଲେ ଚିହ୍ନଟ
- ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା...୧୯ ତାରିଖ ଯାଏଁ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା...କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଠିଂ ଜାରି କଲା ପାଣିପାଗ କେନ୍ଦ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: