Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

India Vs South Africa / ମ୍ୟାଚ୍ ଦେଖିବାକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଏହି ନିୟମ, ନଚେତ୍ ପଡ଼ିପାରନ୍ତି ଅସୁବିଧାରେ

Rashmita Mishra
Browse all articles by Rashmita Mishra
·7 months ago·3 min read
ମ୍ୟାଚ୍ ଦେଖିବାକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଏହି ନିୟମ, ନଚେତ୍ ପଡ଼ିପାରନ୍ତି ଅସୁବିଧାରେ
India Vs South Africa

Key Points

ଡିସେମ୍ବର ୯ରେ ବାରବାଟୀରେ ହେବ ମହାମୁକାବିଲା ।
ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।

ଡିସେମ୍ବର ୯ରେ ବାରବାଟୀରେ ହେବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ପ୍ରଥମ ଟି-୨୦ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳକୁ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାରକୁ ନିଆଯାଇଛି । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି ।

ଏମିତିରେ ସେହି ଦିନରେ ଖେଳ ଓ ଖେଳାଳିଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖପାଖରେ ପ୍ରବଳ ଲୋକଙ୍କ ଗହଳି ହେବ । ତେଣୁ ଏହି ସମୟରେ ଯେପରି ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ନହେବ ସେଥିପାଇଁ କମିସନରେଟ ପୋଲିସ, ଭୁବନେଶ୍ବର- କଟକ ଆଡଭାଇଜରୀ କରିଛି। ସେହିଭଳି ମ୍ୟାଚର ଦୁଇ ଦିନ ପାଇଁ ସ୍ବତନ୍ତ୍ର ପାର୍କିଂ କଟକଣା ମଧ୍ୟ ଜାରି କରିଛି । ଏହି କଟକଣା ସୋମବାର ଦିନ ୧୨ଟାରୁ ରାତି ୯ଟା ଏବଂ ମଙ୍ଗଳବାର ଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ ।

ଜାରି ହୋଇଥିବା ଟ୍ରାଫିକ ଆଡଭାଇରୀ
୧. ମାତାମଠ ପଟୁ ମହାନଦୀ ରିଂ ରୋଡରେ ଆସଥୁବା ସମସ୍ତ ଯାନବାହନଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ। କେବଳ ପାସ୍ ଥିବା ଯାନବାହନ ଗୁଡ଼ିକ ବାମ୍ବୋ ଡିପୋ ଗଡ଼ାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।

୨. ହାଓ୍ବଡ଼ା ମୋଟର ଛକ ଏବଂ ମଣିସାହୁ ଛକ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଗ୍ରୀନାର ହୋଟେଲ ଛକରୁ ସିଧା ମଧୁସୂଦନ ଛକ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ପୁରୁଣା ‘ଲ’ ହଷ୍ଟେଲ ଛକ ଦେଇ ମହାନଦୀ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ।

୩. କେବଳ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡି ଛକ ଆଡ଼ୁ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ତଳ ବାଲିଯାତ୍ରା ପଡ଼ିଆାରେ ଗାଡ଼ି ପାର୍କିଂ କରିପାରିବେ।

୪. କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା ଜିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। ସେମାନେ କ୍ୟାଣ୍ଟନମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ।

୫. ସମାଜ ଅଫିସ ଛକ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ମଧ୍ୟରୁ ପାସ୍ ଥିବା ଯାନବାହନ ବ୍ୟତୀତ ଅନ୍ୟ କୌଣସି ଯାନବାହନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ ନାହିଁ।

୬. ଓଡ଼ିଶା କ୍ରିକେଟ ଏକାଡେମୀ ପଡ଼ିଆରେ ଗାଡ଼ି ପାର୍କିଂ କରିବା ନିମନ୍ତେ ପାସ୍ ଥିଲେ ସେମାନେ ଓ୍ବା.ଏମ୍.ସି.ଏ ରାସ୍ତା ଓ ଲାୟନ ଆଇ ହସ୍ପିଟାଲ ଦେଇ ନିଜ ଗାଡ଼ିକୁ ପାର୍କିଂ କରିପାରିବେ।

୭. ରିଜର୍ଭ ପୋଲିସ ଲାଇନ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଓଡ଼ିଶା ପୋଲିସ ସଂଘ (ଓପା) ଠାରୁ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।

୮. ପାସ୍ ଥିବା ଯାନ ବ୍ୟତୀତ ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡ଼ି ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ।

୯. କେବଳ ପାସ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ଲାୟନ୍ସ ଆଇ ହସ୍ପିଟାଲ ଛକରୁ କିଲ୍ ଖାନା ରାସ୍ତା ଦେଇ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ମହାନଦୀ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।

୧୦. କୌଣସି ଭାରିଯାନ ମହାନଦୀ ଓ କାଠଯୋଡ଼ି ରିଂ ରୋଡ ଏବଂ ସହର ମଧ୍ୟରେ ଚଳପ୍ରଚଳ ନିଷେଧ ସକାଳ ୮ ଘଟିକାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ।

୧୧. ତା. ୦୮.୧୨.୨୦୨୫ରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ ନିମନ୍ତେ ମହାନଦୀ ରିଂ ରୋଡ ଯଥା ଚହଟା ଛକ ଓ ଶିଖରପୁର ଛକରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିବା ୧୨ ଘଟିକାରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Vs South Africa | Know These Rules Before Going to Watch the Match to Avoid Any Trouble | Argus News