Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇସ୍କନ ସାମ୍ନା ଡ୍ରେନେଜ୍‌ ସମସ୍ୟା ନେଇ ମନ୍ତ୍ରୀ ଦେଲେ ବଡ଼ ବୟାନ, ଜାଣନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଇସ୍କନ ସାମ୍ନା ଡ୍ରେନେଜ୍‌ ସମସ୍ୟା ନେଇ ମନ୍ତ୍ରୀ ଦେଲେ ବଡ଼ ବୟାନ, ଜାଣନ୍ତୁ...

Key Points

ଗଲା ୯ ବର୍ଷରେ କେବଳ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ନେଇଛି ୭ ଜୀବନ ।

ପୂର୍ବ ସରକାରର ମନ୍ତ୍ରୀ ବି କହିଥିଲେ ଜଳ ନିଷ୍କାସନ ପାଇଁ ହେବ ବଡ଼ ଆକ୍ସନ୍ ।

୨୦୧୯ ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି ।

ମୌସୁମୀ ଓଡ଼ିଶା ଦୁଆରେ ପହଞ୍ଚିବା ପରେ ପଶିଲା ଚେତା । ରାଜଧାନୀରେ ଜଳ ନିଷ୍କାସନ ବ୍ୟବସ୍ଥାର ମନ୍ତ୍ରୀ କଲେ ସମୀକ୍ଷା । ଏ ବର୍ଷ ମଧ୍ୟ ବର୍ଷା ହେଲେ ବୁଡ଼ିବ ଭୁବନେଶ୍ୱର ଇସ୍କନ ଅଞ୍ଚଳ । ମନ୍ତ୍ରୀ କହିଲେ, ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଆହୁରି ବର୍ଷେ ସମୟ । ପୂର୍ବ ସରକାରର ମନ୍ତ୍ରୀ ବି କହିଥିଲେ ଜଳ ନିଷ୍କାସନ ପାଇଁ ହେବ ବଡ଼ ଆକ୍ସନ୍ । ଗଲା ୯ ବର୍ଷରେ କେବଳ ଭୁବନେଶ୍ବରରେ ମୁକୁଳା ଡ୍ରେନ୍ ନେଇଛି ୭ ଜୀବନ ।

ଗଲାବର୍ଷ ଏହି ଜୁନ ମାସରେ ଭୁବନେଶ୍ବର ୟୁନିଟ୍-୩ ମସଜିଦ କଲୋନୀରେ ଥିବା ମୁକୁଳା ଡ୍ରେନରେ ଭାସି କୁନି ଶିଶୁ ଏସ.କେ ରାଜେଶର ମୃତ୍ୟୁ ସାରା ରାଜଧାନୀରେ ଚହଳ ପକାଇଥିଲା। ନୂଆ କରି ଦାୟିତ୍ବ ନେଇଥିବା ଖୋଦ୍ ନଗରଉନ୍ନୟନ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଡ୍ରେନ୍ ସ୍ଥିତିର କରିଥିଲେ ସମୀକ୍ଷା। ଆଉ ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଇଥିଲେ ପ୍ରତିଶ୍ରୁତି।

ଏବେ ପୁଣି ସେହି ଜୁନ ମାସ । ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାକୁ ଯାଉଛି। ଆଉ ପୁଣି ଥରେ ରାଜଧାନୀ ସମେତ ରାଜ୍ୟର ୧୫ଟି ସହରର ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଯେଉଁଠି ସଫେଇ କାମ ନ ହେଉଛି, ଆଉଟସୋର୍ସିଂ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦେଇଛନ୍ତି ନିର୍ଦ୍ଦେଶ।

ରାଜଧାନୀର ଛାତିରେ ଥିବା ନୟାପଲ୍ଲୀର ଇସ୍କନ ମନ୍ଦିର ସମ୍ମୁଖ ଏହି ରାସ୍ତାରେ ଅସରାଏ ବର୍ଷା ହେଲେ ଛାତିଏ ପାଣି ଚାଲେ। ଏ ବର୍ଷ ମଧ୍ୟ ଏହି ସମସ୍ୟାରୁ ନିସ୍ତାର ମିଳିବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି ତେବେ କାମ ଶେଷ ହେବାକୁ ବର୍ଷେ ସମୟ ଲାଗିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଆଜି ମନ୍ତ୍ରୀ ଇସ୍କନ ଅଞ୍ଚଳ ସମେତ ସମ ହସ୍ପିଟାଲ ଛକ, ଆୟୁର୍ବେଦିକ କଲେଜ ନିକଟ ଡ୍ରେନ, କଳିଙ୍ଗ ଷ୍ଟୁଡ଼ିଓ ଛକ ଓ ଆଇଗିଣିଆ ଅଞ୍ଚଳ ବୁଲି ଜଳ ନିଷ୍କାସନ ବ୍ୟବସ୍ଥାର କରିଥିଲେ ସମୀକ୍ଷା। ସାଙ୍ଗରେ ଥିଲେ ବିଏମସି କମିଶନର, ଏକାମ୍ର ବିଧାୟକ ଓ ସ୍ଥାନୀୟ କର୍ପୋରେଟର।

୨୦୧୯ ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଆଉ ଯେପରି ୱାଟର ଲଗିଂ ହେବନି ସେନେଇ ପଦକ୍ଷେପ ନିଆଯିବ ବୋଲି ୨୦୧୯ରେ ମାରିଥିଲେ ବାହାସ୍ଫୋଟ ।

ଅବଶ୍ୟ ୨୪ ବର୍ଷ ଧରି ଅଣଦେଖାର ଶିକାର ଭୁବନେଶ୍ବରର ଜଳ ନିଷ୍କାସନ ସମସ୍ୟା ବର୍ଷକରେ ସମାଧାନ ହେବ ବୋଲି ଆଶା କରିବା ବୃଥା। ନିଜେ ମନ୍ତ୍ରୀ ଦୁଇ ଦିନ ଧରି କଟକ ଭୁବନେଶ୍ବର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲି ସ୍ଥିତିର କରିଛନ୍ତି ସମୀକ୍ଷା। ଯଦି ଆନ୍ତରିକତାର ସହ ପ୍ରୟାସ କରାଯାଏ ଦୈତ ନଗରୀର ଏହି ଚିର ଦିନର ସମସ୍ୟାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In 2019, the BMC announced the need to install slabs on all open drains. | Argus News