Videos
|
Odisha

ଦାମୀ କାରରେ ହେଉଛି ଗଞ୍ଜେଇର ଚୋରା ଚାଲାଣ

Ritu Das
Browse all articles by Ritu Das
·1 year ago·1 min read
ଦାମୀ କାରରେ ହେଉଛି ଗଞ୍ଜେଇର ଚୋରା ଚାଲାଣ

Key Points

ଦାମୀ କାରରେ ହେଉଛି ଗଞ୍ଜେଇର ଚୋରା ଚାଲାଣ

ପୋଲିସକୁ ଚକମା ଦେବା ପାଇଁ ଦାମୀ କାରରେ ହେଉଛି ଗଞ୍ଜେଇର ଚୋରା ଚାଲାଣ। ପୁଣି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ବୃଦ୍ଧି ପାଇଛି। ଛେଣ୍ଡିପଦା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣୁଥିବା ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ଜାତୀୟ ରାଜପଥ 153 ( ବି )ରୁ ବାହାଳସାହି ରାସ୍ତାର ଛୋଟ ତେନ୍ତୁଳି ଠାରେ ଛକି ରହିଥିଲେ।


ପୋଲିସ ସେହି ରାସ୍ତା ଦେଇ ଆସୁଥିବା ଏକ ନୂଆ ଦାମୀ କାରକୁ ଦେଖି ଅଟକାଇଥିଲେ। ପୋଲିସକୁ ଦେଖି କାର ଚାଳକ ଓ ଗଞ୍ଜେଇ ମାଫିଆ ଗାଡି ଛାଡି ଫେରାର ହୋଇଯାଇଥିଲେ। ଏନେଇ ପୋଲିସ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବା ପରେ ଏନଡିପିସି ଆକ୍ଟ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିରୁ ୧୯ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଗାଡ଼ିରେ ଥିବା ଦୁଇଟି ମୋବାଇଲକୁ ଜବତ କରି ଥାନାକୁ ଅଣା ଯାଇଛି। ପୋଲିସ ଏହି ନୂଆ କାରର ରେଜିଷ୍ଟ୍ରେସନ ଓ ଜବତ ମୋବାଇଲକୁ ନେଇ ଛାନଭିନ୍ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
in-branded-car-seized-lot-of-ganza | Argus News