Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାପାଙ୍କଠୁ ଅଲଗା ହେଲେ ପୁଅକୁ ବି ଆବାସ ଯୋଜନାରେ ସରକାର ଦେବେ ପକ୍କା ଘର

Odisha

ବାପାଙ୍କଠୁ ଅଲଗା ହେଲେ ପୁଅକୁ ବି ଆବାସ ଯୋଜନାରେ ସରକାର ଦେବେ ପକ୍କା ଘର

Manini Pattanayak
Browse all articles by Manini Pattanayak
·1 year ago·2 min read
ବାପାଙ୍କଠୁ ଅଲଗା ହେଲେ ପୁଅକୁ ବି ଆବାସ ଯୋଜନାରେ ସରକାର ଦେବେ ପକ୍କା ଘର

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବାପାଙ୍କ ଠାରୁ ଭିନେ ହୋଇ ନିଜର ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।  ଗତ ସରକାରରେ ସବୁଠୁ ବିବାଦରେ ଥିଲା ପକ୍କାଘର । ମୋଦି କ୍ରେଡିଟ୍ ନେଇଯିବେ ବୋଲି ଗରିବଙ୍କୁ ବିଜେଡି ସରକାର ଦେଉନଥିଲା ଘର । ପିଏମ୍‌ ଆବାସକୁ ବିଜୁ ପକ୍କା ଘର କହି ଦଳୀୟ ଆଧାରରେ ବାଣ୍ଟୁଥିଲେ ଘର ।

ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ ନୂଆ ସରକାରରେ ୧୦୦ ଦିନ ଭିତରେ ତିଆରି ହୋଇଛି ୯୯ ହଜାର ୯୮୭ ଆବାସ । ନଭେମ୍ବର ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳରେ ୪ ଲକ୍ଷ ୭୬ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଟାର୍ଗେଟ ଦେଇଛନ୍ତି ରାଜ୍ୟ ସରକାର ।  ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ୨୦୧୪ରେ ଆବାସ ଥିଲା ବିଜେଡିର ଗ୍ୟାରେଣ୍ଟି । ୧୪ରୁ ୧୯, ୧୯ରୁ ୨୪- ଦୋଷ ଲଦି ଦାୟିତ୍ଵ ସାରି ଦଲେ ବିଜେଡି ସରକାର । ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ ।

ଯେଉଁଥିପାଇଁ ୨୦୧୬ ରୁ ୨୦୨୪ ମଧ୍ୟରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା।  ବିଧାନସଭା ତଥ୍ୟ ଏହାର ପୋଲ୍ ଖୋଲିଥିଲା  ।  ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଜଣେ ଲୋକ ୩ଟି ପର୍ଯ୍ୟନ୍ତ ଘର ପାଉଥିଲେ ।  ବଞ୍ଚିତ  ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ୬ ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ । ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ଆଉ ଯଦି ହିତାଧିକାରୀ ଚିହ୍ନଟରେ ବ୍ଲକ ଓ ପଞ୍ଚାୟତ ଅଧିକାରୀ ମାନେ କୌଣସି ତ୍ରୁଟି କରିବେ । ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।  ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଲଷ୍ଟର କରୁଛନ୍ତି ସରକାର । ଯାହା ପାଖରେ ଘର କରିବା ପାଇଁ 4 ଡିସିମିଲ ଜାଗା ନାହିଁ, ସେମାନଙ୍କୁ ଚିହ୍ନଟ କରି ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି 1 bhk, 2 bhk ଷ୍ଟାଣ୍ଡଡର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ ବୋଲି କହିଛନ୍ତି ମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 ୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି । ଏହା ବାଦ ମଞ୍ଜୁର ହୋଇଥିବା ୩୨ ହଜାର ୯୧୩ ପକ୍କା ଘର କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।  ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । 

Sponsored
In case of separation from the father, the government will provide a proper house to the son under the housing scheme | Argus News