ଛତିଶଗଡ଼ରେ ୧୪ ଇନାମୀ ନକ୍ସଲଙ୍କ ସମେତ ୨୪ ନକ୍ସଲଙ୍କ ଆତ୍ମସମର୍ପଣ
·1 year ago

ଶେଷ ନିଶ୍ବାସ ନେଉଛି ଲାଲ୍ବାହିନୀ । ଛତିଶଗଡ଼ରେ ୧୪ ଇନାମୀ ନକ୍ସଲଙ୍କ ସମେତ ୨୪ ନକ୍ସଲଙ୍କ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ବିଜାପୁର ଜିଲ୍ଲା ପୂର୍ବ ବସ୍ତର ଡିଭିଜନ ପରତାପୁର ଏରିଆ କମିଟି ଏବଂ ପଶ୍ଚିମ ବସ୍ତର ଡିଭିଜନ ଭେରମଗଡ ଏରିଆ କମିଟିର ସଦସ୍ୟଙ୍କ ନାଁରେ ୨୮ ଲକ୍ଷ ୫୦ ହଜାର ଟଙ୍କାର ଇନାମୀ ଘୋଷଣା କରିଥିଲେ ସରକାର । ସମସ୍ତ ନକ୍ସଲ ବିଜାପୁର sp ଜିତେନ୍ଦ୍ର କୁମାରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ACM, ପାର୍ଟି ସଦସ୍ୟ, AOB ଡିଭିଜନର PLGA ସଦସ୍ୟ ଭଳି ମାଓବାଦୀ ସାମିଲ ଅଛନ୍ତି ।
ଭାଙ୍ଗିଲା ମାଓଗଡ । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେଲେ ମାଓ ବାଦୀ। ଯେଉଁଭଳି ଭାବରେ ସମସ୍ତଙ୍କୁ ଭିନ୍ନ ଭିନ୍ନ କଥା କହି ମାଓ ସଙ୍ଗଠନରେ ସାମିଲ କରାଉଥିଲେ। ବର୍ତ୍ତମାନ ଅନେକ ମାଓ ବାଦୀ ନିଜ ମାଓ ସାମ୍ରାଜ୍ୟ ଭାଙ୍ଗି ଆତ୍ମସମର୍ପଣ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
