Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଗଡରେ ହାତୀ ଉପଦ୍ରବକୁ ନେଇ ତାତିଲେ କ୍ଷତିଗ୍ରସ୍ତ ଚାଷୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦେବଗଡରେ ହାତୀ ଉପଦ୍ରବକୁ ନେଇ ତାତିଲେ କ୍ଷତିଗ୍ରସ୍ତ ଚାଷୀ

ଅର୍ଗସ ବ୍ୟୁରୋ: ଦେବଗଡରେ ହାତୀ ଉପଦ୍ରବକୁ ନେଇ ତାତିଲେ କ୍ଷତିଗ୍ରସ୍ତ ଚାଷୀ । ବିଳମ୍ବିତ ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧି ପ୍ରତିବାଦ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଭେଜିକୁଦର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନୂଆଡିହି ଫରେଷ୍ଟର୍ ଛବିଳ ବେହେରାଙ୍କୁ ଗାମୁଛା ସାହାଯ୍ୟରେ ଗଛରେ ବାନ୍ଧିଲେ ଉତ୍ତ୍ୟକ୍ତ ଚାଷୀ । ଗତ କିଛି ମାସ ହେଲା ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଏକର ଏକର ଧାନ ଚାଷ ନଷ୍ଟ ହେଉଥିବାବେଳେ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ଚାଷୀ । ଗତକାଲି ରାତିରେ ୧୦ ଟିକିଆ ହାତୀପଲ ଥିବାବେଳେ ଚାଷ ଜମିରେ ପଶି ମାଡି ଦଳି ନଷ୍ଟ କରିଛନ୍ତି । ଖବର ପାଇ ବନବିଭାଗ ପହଞ୍ଚିଥିଲା ହେଁ ହାତୀ ଘଉଡାଇବାରେ ବିଫଳ ହୋଇଥିଲା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳକୁ ଆସିଥିବା ଫରେଷ୍ଟରୁ ଗଛରେ ବାନ୍ଧି ଲୋକେ ପ୍ରତିବାଦ କରିଥିଲେ । ରିଆମାଳ ରେଞ୍ଜର ଏବଂ ଏସିଏଫ ପହଂଚି ଲୋକଙ୍କୁ ବୁଝାସୁଝା ପରେ ଫରେଷ୍ଟରଙ୍କୁ ଉଦ୍ଧାର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Devagarh, farmers have suffered due to elephant oppression | Argus News