Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି-ସଂସ୍କୃତି ମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି-ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । କେଉଁ ଜିଲ୍ଲାରେ କାହା ପ୍ରତିମୂର୍ତ୍ତି ସ୍ଥାପନ ହେବ ହୋଇଛି ଚୂଡ଼ାନ୍ତ ତାଲିକା । 

କେନ୍ଦ୍ରାପଡାରେ ଭଜନ ସମ୍ରାଟ ଭିକାରୀ ବଳ, ବଲାଙ୍ଗୀରରେ ଧରମସିଂହ ମାନ୍ଧାତା ମାଝୀ, ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ, କବି ଶେଖର ଚିନ୍ତାମଣୀ ମହାନ୍ତି, ବ୍ରହ୍ମପୁରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଦ୍ରକରେ ଗୋକୁଳାନନ୍ଦ ମହାନ୍ତି, କେନ୍ଦୁଝରରେ ରତନା ନାୟକ, ସମ୍ବଲପୁରରେ ଅଟଳ ବିହାରୀ ବାଜପେୟୀ ଓ ବୀର ସୁରେନ୍ଦ୍ର ସାଏ, କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଅଟଳ ବିହାରୀ ବାଜପେୟୀ, ବରଗଡ଼ରେ ଗଙ୍ଗାଧର ମେହେର, ବାଲେଶ୍ୱରରେ ଫକୀର ମୋହନ ସେନାପତି, ବାଘାଯତୀନ, ପୁରୀ ଡେଲାଙ୍ଗରେ ବୌଦ୍ଧଧର୍ମ ବିଶାରଦ ଡିଗନାଗ, ମାଲକାନଗିରିରେ ତାମ୍ମା ଦୋରା ଏବଂ ଭୁବନରେ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ନିଷ୍ପତି ନିଆଯାଇଛି। 

ସେହିପରି ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯିବାର ନିଷ୍ପତ୍ତି ନିଆଯାଇଛି। ବରପୁତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ ଏବଂ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In different districts of the state-statue-of-eminent-personlaities-will be established-said-culture-minister | Argus News