ଗଞ୍ଜାମରେ ଡରାଉଛି ଅଶାନ୍ତ ସମୁଦ୍ର କରାଳ ରୂପ ନେଇ ମାଡି ଆସୁଛି ଜନବସତି ଆଡ଼କୁ

ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଡରାଉଛି ଅଶାନ୍ତ ସମୁଦ୍ର । କରାଳ ରୂପ ନେଇ ମାଡି ଆସୁଛି ଜନବସତି ଆଡ଼କୁ । ସମୁଦ୍ରର ଉଚ୍ଚ ଜୁଆର ଆସି ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟ ସ୍ଥଳ, ଛୋଟ ଛୋଟ ମନ୍ଦିର । ସେପଟେ ଜୁଆର ଧୋଇ ନେଉଛି ଚିଲିକାର ସୁରକ୍ଷା ପ୍ରାଚୀର। ଶୋଚନୀୟ ଅବସ୍ଥାରେ ନଡିଆଖିଆ ଲୁଣା ବନ୍ଧ । ଓଡିଶା ପିଶ୍ଚିମବଙ୍ଗ ସୀମାନ୍ତ ଦୀଘା ବେଳାଭୂମିରେ ଉଚ୍ଚ ଜୁଆର ପ୍ରଭାବରେ ସମୁଦ୍ର ପାଣି ସୁରକ୍ଷା ବନ୍ଧ ଡେଇଁ ବଜାର ଭିତରକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି ।
ଗଞ୍ଜାମରେ ଡରାଉଛି ଅଶାନ୍ତ ସମୁଦ୍ର । କରାଳ ରୂପ ନେଇ ମାଡି ଆସୁଛି ଜନବସତି ଆଡ଼କୁ । ସମୁଦ୍ରର ଉଚ୍ଚ ଜୁଆର ଆସି ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟ ସ୍ଥଳ, ଛୋଟ ଛୋଟ ମନ୍ଦିର । ସମୁଦ୍ର ନିକଟରେ ଥିବା ରାସ୍ତା ଧୋଇ ହୋଇଯାଇଛି । ଏବେ ଆଉ ମାତ୍ର ୫୦ ମିଟର ଦୂରରେ ରହିଛି ଗାଁ । ଆଗକୁ ରହିଛି ଲଘୁଚାପ । ଏବେ ଭୟଭୀତ ଅବସ୍ଥାରେ ଆର୍ଯ୍ୟପଲ୍ଲୀ ବାସୀ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ରାମେୟା ପାଟଣା ଏବଂ ପୋଡ଼ମପେଟା ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଆଉ ଏବେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ର ଗର୍ଭରେ ଲୀନ ଆଶଙ୍କା ଭିତରେ । ଆର୍ଯ୍ୟପଲ୍ଲୀ ନିକଟରେ ଗୋପାଳପୁର ପୋର୍ଟ ଏବଂ ଆଇ ଆର ଇ ଏଲ ଭଳି ଶିଳ୍ପାନୁଷ୍ଠାନ ମାନ ରହିଛି । ଡ୍ରେଜିଂ ଏବଂ ପୋର୍ଟର ପଥର ବନ୍ଧ ଯୋଗୁଁ ଏଭଳି କୁଳ ଲଙ୍ଘଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉ ନାହିଁ । ପୂର୍ବ ସରକାରରେ ଏହି ସମସ୍ୟାର ସମାଧାନ ଲାଗି ସ୍ଥିତି ଅନୁଧ୍ୟାନ କରିବାକୁ ଚେନ୍ନାଇର ଏକ ସଂସ୍ଥା କୁ ଦାୟିତ୍ବ ଦିଆଯାଇଥିଲା । ବର୍ତ୍ତମାନ ତାହାର ସ୍ଥିତି କଣ କାହାରିକୁ ଜଣା ନାହିଁ । ନୂଆଁ ସରକାରଙ୍କ ନିକଟରେ ଗୁହାରି, ଯଥାଶୀଘ୍ର ସମୁଦ୍ର ନିକଟରେ ବନ୍ଧ ବନ୍ଧା ଯାଉ ।
କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ସୁରକ୍ଷା ପ୍ରାଚୀର। କିନ୍ତୁ ନିମ୍ନମାନର କାମ ଯୋଗୁଁ ଜୁଆର ମାଡ଼ରେ ଧୋଇଗଲାଣି । ଚିଲିକା ଭିତରେ ବୁଡିବାକୁ ବସିଛି ଜନବସତି। ଶୋଚନୀୟ ଅବସ୍ଥାରେ ବ୍ରହ୍ମଗିରିର ମୋଟଠାରୁ ସାତପଡା ପର୍ଯ୍ୟନ୍ତ ରହିଥିବା ନଡିଆଖିଆ ଲୁଣା ବନ୍ଧ। ମାଡି ଆସୁଛି ସମୁଦ୍ର ଏବଂ ଚିଲିକା ଜୁଆର। ଧୋଇ ନେଉଛି ନଡିଆ ଖିଆ ଲୁଣାବନ୍ଧ। ସୃଷ୍ଟି ହେବାରେ ଲାଗିଛି ବଡବଡ ଘାଇ। ବନ୍ଧ ଭାଙ୍ଗି ବୁଡାଇ ଦେଉଛି ଗାଁ ଗଣ୍ଡା। ଭୟକୁ ଛାତିରେ ଚାପି ଦିନ କାଟୁଛନ୍ତି ଚିଲିକା କୁଳିଆ ୨୦ଖଣ୍ଡ ଗ୍ରାମବାସୀ। ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦର ୩୦ଖଣ୍ଡ ଗ୍ରାମପ୍ରତି ସୃଷ୍ଟି ହୋଇଛି ବିପଦ। ଫାଇଲିନ୍ ବାତ୍ୟା ପରେ ୨୦୧୪ରେ ନଡିଆଖିଆ ଲୁଣାବନ୍ଧର ଭିତିପ୍ରସ୍ତର ପଡିଥିଲା। ଓଡିଶା ପିଶ୍ଚିମବଙ୍ଗ ସୀମାନ୍ତ ଦୀଘା ବେଳାଭୂମିରେ ଉଚ୍ଚ ଜୁଆର ପ୍ରଭାବରେ ସମୁଦ୍ର ପାଣି ସୁରକ୍ଷା ବନ୍ଧ ଡେଇଁ ବଜାର ଭିତରକୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି । ପୁର୍ଣ୍ଣିମା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଅଧିକ ରହିଛି । ଯାହା ଦ୍ବାରା ସମୁଦ୍ର ପାଣି ସୁରକ୍ଷା ବନ୍ଧ ଡେଇଁ ଉପରକୁ ଆସୁଥିବାର ଦେଖିବାକୁ ମିଳିଛି ।
📱 Get Argus News App
✨