ଯୌତୁକ ପାଇଁ ଆରତୀଙ୍କୁ ଜାଳିଦେଲେ ଶାଶୁଘର ଲୋକେ !

Key Points
ଶ୍ବଶୁର ଘର ଲୋକେ ବୋହୁଙ୍କୁ କିରୋସିନି ଢାଳି ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ । ଗୁରୁତର ମହିଳା ଆରତୀ ପରିଡାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ଯୌତୁକ ପାଇଁ ବୋହୁକୁ ଜାଳିବାକୁ ଉଦ୍ୟମ ଅଭିଯୋଗ । ଗଞ୍ଜାମ ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ମହିଳାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ । ଶ୍ବଶୁର ଘର ଲୋକେ ବୋହୁଙ୍କୁ କିରୋସିନି ଢାଳି ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ । ଗୁରୁତର ମହିଳା ଆରତୀ ପରିଡାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ସ୍ବାମୀ ଆକାଶ ପରିଡ଼ା ବିଦେଶରେ କାମ କରୁଥିବାବେଳେ ଶାଶୁ ଓ ଦିଅର ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଆରତୀ । ନିଆଁ ଲାଗି ଶରୀରର ୩୦ ପ୍ରତିଶତ ଜଳି ଯାଇଥିବା ସୂଚନା ମିଳିଛ ।
କହ୍ନେଇପୁର ଗ୍ରାମର ପଦ୍ମ ଚରଣ ଦାସଙ୍କ ଝିଅ ଆରତୀ ପରିଡା ସେହି ଗ୍ରାମର ଆକାଶ ପରିଡାଙ୍କୁ ବିବାହ କରିଥିଲେ। ଆକାଶ ବର୍ତ୍ତମାନ ବିଦେଶରେ କାମ କରୁଛନ୍ତି । ଘରେ ଦିଅର ଏବଂ ଶାଶୁ ଯୋତୁକ ନେଇ ନିର୍ଯ୍ୟାତନା ଦେଉଥିବା ଆରତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି କିରୋସିନି ଢାଳି ନିଆଁ ଲଗେଇ ମାରିବା ପାଇଁ ଉଦ୍ୟମ କରୁଥିବା ନେଇ ଆରତୀଙ୍କ ବାପା ପଦ୍ମ ପୋଲିସକୁ ଜଣାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।