Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୌତୁକ ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶଶୁର ଘରଲୋକେ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଯୌତୁକ ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶଶୁର ଘରଲୋକେ

ବୋହୁକୁ ପିଟିପିଟି ହତ୍ୟା କଲେ ଶଶୁର ଘର ଲୋକ। ଏପରି ଅଭିଯୋଗ ଆସିଛି ବଲାଙ୍ଗୀ ଜିଲ୍ଲା ପାଟଣାଗଡ ଅଞ୍ଚଳରେ । ଯୌତୁକ କାରଣରୁ ବୋହୁକୁ ହତ୍ୟା କରାଯାଇଥିବା ପାଟଣାଗଡ ଥାନାରେ ଅଭିଯୋଗ ହୋଇଛି ।


ଯୌତୁକ ନିର୍ଯ୍ୟାତନା ଦିନକୁ ଦିନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଲୋକେ ଯେତେ ଶିକ୍ଷିତ ହେଲେ ମଧ୍ୟ ଯୌତୁକ ଦାବିରେ ଆଜିବି ବୋହୁକୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଯାହାଦ୍ଵାରା କେଉଁଠି ବୋହୁ ନିଜେ କଷ୍ଟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଆଉ କେଉଁଠି ପରିବାର ଲୋକେ ନିଜ ବୋହୁକୁ ହତ୍ୟା କରିବାକୁ ପଛାଉ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାଟଣାଗଡ ଅଞ୍ଚଳରେ ଏକ ପରିବାର ଯୌତୁକ ପାଇଁ ନିଜ ବୋହୁକୁ ପିଟି ପିଟି ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତ ଝିଅର ବାପା । ତାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି । ପାଟଣାଗଡ ପୋଲିସ ଗାଁରେ ପହଞ୍ଚି ପ୍ରଥମେ ଅଭିଯୁକ୍ତ ସ୍ବାମୀ ଆଲୋକ ସାହୁ କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Sponsored
In-laws killed daughter-in-law for dowry | Argus News