ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଥମ ଚିଠିରେ ଓଡ଼ିଆ ଅସ୍ମିତା ନେଇ ଚିନ୍ତା

Key Points
- ସାମ୍ନାକୁ ଆସିଲା ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେଡିର ଅସହାୟତା
- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଥମ ଚିଠିରେ ଓଡ଼ିଆ ଅସ୍ମିତା ନେଇ ଚିନ୍ତା
- ବିରୋଧୀ ଦଳ ନେତାଙ୍କ ଚିଠିରେ ଜଳଜଳ ନିର୍ବାଚନ ପରାଜୟର ଗ୍ଲାନି
- ହାରିଲା ପରେ ବୁଝିଲେ ଅସ୍ମିତାର ଶତ୍ରୁ ସାଜି ଓଡ଼ିଆଙ୍କ ମନ ଜିତିହେବନି
- ଗୋଟେପଟେ କଳାପାହାଡ଼ିଆଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟ ନରମ
- ଏପଟେ ଓଡ଼ିଆ ଅସ୍ମିତା ଚିନ୍ତା ଦେଉଛି କି କୁମ୍ଭୀର କାନ୍ଦଣାର ସୂଚନା ?
ଅର୍ଗସ ବ୍ୟୁରୋ: ବିରୋଧୀ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ନବୀନଙ୍କର ଏହି ପ୍ରଥମ ଚିଠି ପ୍ରମାଣିତ କରୁଛି ବିଜେଡିର ଓଡ଼ିଆ ଅସ୍ମିତା ବିରୋଧୀ ଛବିକୁ ସୁଧାରିବାକୁ ଚିନ୍ତିତ ନବୀନ। ନିର୍ବାଚନରେ ପରାଜୟ ପରେ ବୋଧହୁଏ ସେ ବୁଝିସାରିଛନ୍ତି ଓଡ଼ିଆ ଅସ୍ମିତା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସଙ୍ଗକୁ ହେୟଜ୍ଞାନ କରି ଓଡ଼ିଆଙ୍କ ମନ ଜିତିହେବନାହିଁ। ସେଥିପାଇଁ ବଡ ଠାକୁରଙ୍କ ପହଣ୍ଡି ସମୟର ଅଘଟଣକୁ ନେଇ ନବୀନଙ୍କର ଏହି ଓଡିଆ ଚିଠି ଯେଉଁଥିରେ ମଧ୍ୟ ରହିଛି ତାଙ୍କର ଓଡିଆ ଦସ୍ତଖତ। ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ଓଡିଆ ଅସ୍ମିତା। ଆଉ ନବୀନଙ୍କ ଚିଠିର ପ୍ରଥମ ଲାଇନରେ ଓଡିଆ ଅସ୍ମିତା ପାଇଁ ଚିନ୍ତା। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସଙ୍ଗ ଥିଲା ବିଜେପିର ମୁଖ୍ୟ ପ୍ରସଙ୍ଗ। ନବୀନ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଚିଠି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସଙ୍ଗରେ। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ମାମଲାରେ ନିର୍ବାଚନରେ ବିଜେଡି ଥିଲା ରକ୍ଷଣାତ୍ମକ। ଆକ୍ରମଣ ବିଜେପି ସାମ୍ନାରେ ନିଜକୁ ସୁରକ୍ଷା ଦେବା ପାଇଁ ଅମର୍ଥ ହେଉଥିଲା ବିଜେଡି।
ନିର୍ବାଚନରେ ଯେଉଁ ଯେଉଁ ଶବ୍ଦ ବ୍ୟବବହାର କରି ବିଜେଡିକୁ କାଠଗଡାରେ ଠିଆ କରିଥିଲା ବିଜେପି, ନବୀନ ତାଙ୍କ ଚିଠିରେ ସେହି ସେହି ପ୍ରସଙ୍ଗ ଉଲ୍ଳେଖ କରିଛନ୍ତି । ଅର୍ଥାତ ଚିଠିର ପ୍ରସଙ୍ଗ ସବୁକୁ ତର୍ଜମା କଲେ ଏହାବୁଝାପଡୁଛି ଯେ ବିଜେଡି ନିର୍ବାଚନ ସମୟରେ କରିଥିବା ଭୁଲକୁ ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି ନବୀନ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ। ଓଡିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ମୁରବୀ । ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ ବୋଲି ଓଡିଆରେ ଚିଠି ଲେଖିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠିର ଉତ୍ତର ରଖିଛନ୍ତି । ଜଗତର ନାଥ ଜଗନ୍ନାଥ କେବଳ ଓଡିଆ ଜାତିର ଅସ୍ମିତାର ପ୍ରତୀକ ନୁହନ୍ତି, ସେ ସାରା ଜଗତ ଅର୍ଥାତ୍ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ତେବେ ଏହା କଣ ସତରେ ନବୀନଙ୍କର ମହାପ୍ରଭୁ ଓ ଅସ୍ମିତା ପ୍ରତି ଆସ୍ଥା ନା କେବଳ ଶବ୍ଦଜାଲର ବ୍ୟବହାର କରି ଚଞ୍ଚକତା ?
📱 Get Argus News App
✨ଗୋଟିଏ ପଟେ ଚିଠିରେ ଅସ୍ମିତାର କଥା । ଅନ୍ୟପଟେ ଓଡିଆ ଅସ୍ମିତା ଉପରେ କୁଠାରାଘାତ କରୁଥିବା କଳାପାହାଡିଆଙ୍କ ଉପରେ ନବୀନଙ୍କ ନରମ ଆଭିମୁଖ୍ୟ। ଏଭଳି ଦୋହରା ଆଭିମୁଖ୍ୟକୁ ଗ୍ରହଣ କରିବେ କି ଓଡ଼ିଶାବାସୀ ?

