Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5 ରେ ଆସିବ ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ତାଲିକା

Odisha

5 ରେ ଆସିବ ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ତାଲିକା

Smruti Parija
Browse all articles by Smruti Parija
·1 year ago·1 min read
5 ରେ ଆସିବ ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ତାଲିକା

ଭୁବନେଶ୍ୱର: ସକ୍ରିୟ ସଦସ୍ୟ ହୋଇଥିଲେ ହିଁ ଦଳୀୟ ସାଙ୍ଗଠନିକ ପଦ ପଦବୀ ପାଈଁ କରିପାରିବେ ଆବେଦନ । 5 ରେ ଆସିବ ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ତାଲିକା । ପୁଣି 25 ରେ ଦ୍ଵିତୀୟ ସକ୍ରିୟ ସଦସ୍ୟ ତାଲିକା ଆସିବା ପରେ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ଆଜି  ସାଙ୍ଗଠନିକ ପର୍ବ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା କର୍ମଶାଳା ।  

ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି ଏବଂ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ନିଯୁକ୍ତ ହୋଇଛନ୍ତି ।  ନଭେମ୍ବର 5 ରେ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା ପ୍ରକାଶ କରିବ କେନ୍ଦ୍ର । ନଭେମ୍ବର1 ରୁ 15 ସକ୍ରିୟ ସଦସ୍ୟ ଚାଲିବା ପରେ 25 ରେ ଦ୍ଵିତୀୟ ପର୍ଯ୍ୟାୟ ସକ୍ରିୟ ସଦସ୍ୟ ତାଲିକା ଆସିବ । ପରେ ବୁଥ ଏବଂ ମଣ୍ଡଳ ସ୍ତରରେ ସଭାପତି ପଦ ପାଈଁ ଆବେଦନ କରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
in-november-5 first list of active members of BJP-will come | Argus News