Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଖୁବ୍‌ଶୀଘ୍ର ପୂରଣ ହେବ ୬୫୦୦୦ ସରକାରୀ ପଦବୀ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
'ଖୁବ୍‌ଶୀଘ୍ର ପୂରଣ ହେବ ୬୫୦୦୦ ସରକାରୀ ପଦବୀ'

ଭୁବନେଶ୍ୱରରେ ମେଗା ନିଯୁକ୍ତି ମେଳା । ୫ଟି ବିଭାଗରେ ୮୧୨ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଚାକିରି ପାଇଛନ୍ତି। ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମାଲିକ ନୁହେଁ ବରଂ ଜଣେ ସେବା ଅଧିକାରୀ ଭାବେ କରିବାକୁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ମାନଙ୍କୁ କହିଛନ୍ତି ।

ଉଭୟ ସରକାରୀ ଓ ବେସରକାରୀ ମିଶାଇଲେ ସରକାର ଗତ ୯ ମାସରେ ୫୨,୦୦୦ ଲୋକଙ୍କୁ ନିଯୁକ୍ତି ମିଳି ସାରିଛି। ଯେଉଁଥିରେ ପ୍ରାଇଭେଟ ସେକ୍ଟରରେ ୨୭,୦୦୦ ସଂଖ୍ୟା ରହିଛି। ରାଜ୍ୟରେ ଦୁଇ ଲକ୍ଷ ସରକାରୀ ଚାକିରି ଖାଲି ପଡିଥିଲା । ରାଜ୍ୟର ମୁଖ୍ୟ ସେବକ ହିସାବରେ ନିଯୁକ୍ତି ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଥିବା ଜଣାଇଥିଲେ । ନିଯୁକ୍ତି ପ୍ରକ୍ରିୟାରେ ସ୍ଵଛତା ରହିବା ପାଇଁ ସରକାର ବଦ୍ଧ ପରିକର। ଯେଉଁ ସ୍ଥାନରୁ ଏ ବାବଦରେ ତ୍ରୁଟି ଆସିବ ସେମାନଙ୍କୁ ସିଧା ଜେଲ ବୋଲି ଦୃଢ଼ତାର ସହ ସ୍ପଷ୍ଟୀକରଣ ରଖିଲେ ମୋହନ। ବିଧାନସଭାରେ ମଧ୍ୟ ଏ ବାବଦରେ ଆଲୋଚନା ହୋଇଛି।

ପରୀକ୍ଷାରେ ଯେଉଁମାନେ ଧନ୍ଦା କରିବାକୁ ଚାହୁଁଥିଲେ ସେମାନଙ୍କ ଉପରେ ଖଣ୍ଡା ଝୁଲୁଛି, ତେଣୁ ସଚେତନ ଓ ସ୍ଵଛ ହୁଅନ୍ତୁ। ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇନାହିଁ। ଯାହା ସରକାରର ସ୍ଵଛତାର ପ୍ରମାଣ ଦେଉଛି। ପୂର୍ବରୁ ପ୍ରଶ୍ନପତ୍ର ଫେସବୁକ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା, ଯାହା ଚଳିତ ଥର ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଧିରେ ଧିରେ ପୁରଣ ହେଉଛି। ପ୍ରଥମ ୨ ବର୍ଷରେ ସରକାରୀ ସ୍ତରରେ ଖାଲି ଥିବା ୬୫,୦୦୦ ପଦବୀ ପୂରଣ ହେବ। ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା ୨୫,୦୦୦ ନିଯୁକ୍ତି ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'In Odisha 65000 government posts to be filled very soon' | Argus News