Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ବଳ ହେଉଛି ବିଜେଡି, ସଶକ୍ତ ହେଉଛି ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଦୁର୍ବଳ ହେଉଛି ବିଜେଡି, ସଶକ୍ତ ହେଉଛି ବିଜେପି

Key Points

  • ଶଙ୍ଖ ଭବନ ଖାଲିଖାଲି, ବିଜେପି ଅଫିସ୍‌ ଜାମ
  • ନବୀନଙ୍କର କମୁଛି ଲୋକପ୍ରିୟତା
  • ଏମିତି ସ୍ଥିତିରେ ବିଜେଡି କରିବ କଣ ?

ଅର୍ଗସ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ବିଜେଡିର ଚିନ୍ତା ବଢୁଛି । କାରଣ ଯେଉଁ ସମୟରେ ବିଜେଡି ଅଫିସ୍‌ ଖାଁ ଖାଁ ଲାଗୁଛି, ସେଇ ସମୟରେ ବିଜେପି ଅଫିସ୍‌ କିନ୍ତୁ ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଭରପୁର । 

ବିଜେପି ମୁହଁ ଓଡ଼ିଶା ଜନତା । ରାତି ପାହିଲେ ପଦ୍ମ ପୋଖରୀକୁ ଶହଶହ ନେତା ଓ କର୍ମୀ ଯାଉଛନ୍ତି, ସ୍ଵଇଚ୍ଛାରେ ପଦ୍ମ ଧରୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ ବିଜେଡିକୁ ଏବେ ଶନିଦଶା ପଡିଲାଣି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜୁ ଜନତା ଦଳ । ମାଳମାଳ ଯୋଜନା, ନବୀନ ବ୍ରାଣ୍ଡ ଥିବା ପରେ ବି କିଛି କାମ ଦେଉନି । କାରଣ ଦଳରେ ଥିବା ତୀବ୍ର ଅସନ୍ତୋଷ, ଗୋଷ୍ଠୀ କନ୍ଦଳରେ ଦଳ ଏମିତି ଆକ୍ତାମାକ୍ତ ହେଲାଣି ଯେ କେହି ଆଉ ନିଜକୁ ଏଇଠି ସୁରକ୍ଷିତ ମାନୁନାହାନ୍ତି । ସେଇଥି ଲାଗି ତ ନିଇତି ଦଳ ଛାଡୁଛନ୍ତି ନେତା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡିକୁ କାଳ ହେଲା ଗୋଷ୍ଠୀ କନ୍ଦଳ । ସେଇଥି ଲାଗି ତ ଜଣଙ୍କ ପରେ ଜଣେ ନେତା ଦଳକୁ କରୁଛନ୍ତି ବାଏ । ପୂର୍ବରୁ ପୂର୍ବତନ ବିଧାୟକି କି ସାଂସଦ ଦଳ ଛାଡୁଥିବାର ନଜର ଆସିଥିଲା । ହେଲେ ଏବେ ଷ୍ଟାଣ୍ଡିଂ ଏମଏଲଏ ଦଳ ଛାଡୁଛନ୍ତି । ପ୍ରଥମେ ତେଲକୋଇର ବିଧାୟକ ପ୍ରେମାନନ୍ଦ ନାୟକ ପରେ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଶେଷରେ କେନ୍ଦ୍ରାପଡା ସାଂସଦ ବି ଦଳ ଛାଡିଦେଲେ । ପୂରା ଘଟଣାକୁ ଯଦି ତର୍ଜମା କରିବେ ତେବେ ଗୋଟିଏ କଥା ସ୍ପଷ୍ଟ, ନବୀନ ବାବୁଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ବିଜେଡି କର୍ମୀ କି ନେତା । ସେଇଥି ଲାଗି ତ ଛାଡୁଛନ୍ତି ଦଳ । ତେବେ ସମୟ କହିବ ଆଗାମୀ ଦିନରେ ବିଜେଡି ସ୍ଥିତି କଣ ହେଉଛି ।
 

Sponsored
Jeneral Election 2024 | Argus News