Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଜିରେ ଲାଗିଛି ପାଣ୍ଡିଆନଙ୍କ ଭବିଷ୍ୟତ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବାଜିରେ ଲାଗିଛି ପାଣ୍ଡିଆନଙ୍କ ଭବିଷ୍ୟତ

Key Points

  • ବାଜିରେ ଲାଗିଛି ପାଣ୍ଡିଆନଙ୍କ ଭବିଷ୍ୟତ
  • ସ୍ଵପ୍ନ ହେବ ଧୂଳିସାତ୍‌
  • ଆସନ ସଂଖ୍ୟା ଖସିବ ୯୦ ତଳକୁ ?

ଅର୍ଗସ ବ୍ୟୁରୋ: ନବୀନଙ୍କ ଆଉ ନାହିଁ ସେ ପୁରୁଣା କ୍ରେଜ୍‌, କାମ କରୁଛି ନବୀନ ଜଲୱା । ଯେତେ ଯୋଜନା କଲେ ବି କିଛି କାମ ଦେଉନି କି ଭୋଟରଙ୍କୁ ନିଜ ଆଡକୁ ଟାଣିବା ସମ୍ଭବ ହେଉନି । ଏମିତି ସ୍ଥିତିରେ ଆସି ପହଞ୍ଚିଛି ସାଧାରଣ ନିର୍ବାଚନ । କେମିତି ଚୌକି ବଂଚାଇବେ ନବୀନ ସେଇ ଚିନ୍ତାରେ କଟୁଛି ରାତିଦିନ ।

୨୫ ବର୍ଷ ପରେ ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିବ ବିଜେଡି । ଆଉ କ୍ରେଡ୍‌ଟ ଯିବ ପାଣ୍ଡିଆନଙ୍କ ପାଖକୁ । କାରଣ ତାମିଲନାଡୁରୁ ଆସି ଓଡ଼ିଶାରେ ଯେମିତି ଶାସନ କରିବାକୁ ଅପଚେଷ୍ଟା କଲେ , ଦଳର ଅନେକ ପୁରୁଖା ନେତା ବିରୋଧ କରିବା ପରେ ବି ନବୀନ କାହାରି କଥା ଶୁଣିଲେନି ବରଂ ପାଣ୍ଡିଆନଙ୍କୁ ବିଶ୍ଵାସ କଲେ । ଯାହାର ପରିଣାମ ଭୋଗୁଛି ବିଜେଡି । ଏହାରି ଭିତରେ ବିଜେଡିର ସମ୍ଭାବ୍ୟ ଜୟ ପରାଜୟ ଆକଳନ ଭିତରେ ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା କିନ୍ତୁ ଜୋର ।

ନିକଟରେ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ପାଣ୍ଡିଆନ୍ ଦମ୍ଭ ଭରିଥିଲେ, ବିଜେଡିର ଆସନ ସଂଖ୍ୟା ଦୁଇ ତୃତୀୟାଂଶରୁ ତଳକୁ ଖସିଲେ ରାଜନୀତିରୁ ନେବେ ସନ୍ୟାସ । ତେବେ ରାଜନୀତି ବିଶ୍ଳେଷକଙ୍କ ମତରେ ବିଜେଡିର ସିଟ୍ ନମ୍ବର ଯଦି ୯୦ ତଳକୁ ଆସିଯାଏ । ତେବେ ପାଣ୍ଡିଆନଙ୍କ ସନ୍ୟାସ ନେବାର ବାଟ ଆପେଆପେ ଫିଟିଯିବ । ବିଜେଡି ନେତାଙ୍କ ମଧ୍ୟମରେ ପାଣ୍ଡିଆନଙ୍କ ଏକାଧିପତ୍ୟକୁ ନେଇ କୁହୁଳୁଥିବା ଅସନ୍ତୋଷ ବି ଉଗ୍ର ରୂପ ନେବ । ଯାହାର ପରିଣାମ ସ୍ବରୂପ ବେଶୀଦିନ ତିଷ୍ଠିପାରିବନି ବିଜେଡି । ସରକାର ତ ସରକାର ଦଳ ବି ହୋଇଯାଇପାରେ ଇତିହାସ... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଖାଲି ଏତିକି ନୁହେଁ ବରଂ ଏକଥା ବି କହିଛନ୍ତି ରୁବେନ୍ ବାନାର୍ଜୀ, ଯଦି ବିଜୁ ଜନତା ଦଳ ତାର ୨୦୧୯ ର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୁଏ ତାହାଲେ ପାଣ୍ଡିଆନ୍ ବନିବେ ସୁପର ହିରୋ। ନିଜକୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇ ପୂରା ଦଳ ଓ ସରକାରକୁ ନିୟନ୍ତ୍ରଣ କରିବେ ପାଣ୍ଡିଆନ୍। ତେବେ ଗ୍ରାଉଣ୍ଟର ସ୍ଥିତି କହୁଛି ତଳକୁ ନୁହେଁ ବହୁ ତଳକୁ ଖସିଯିବ ବିଜେଡି । ହେଲେ ଆଉ ସପ୍ତାହେ ପରେ ପୂରା କ୍ଲିୟର ହେବ ପାଣ୍ଡିଆନଙ୍କ ଭବିଷ୍ୟତ ।
 

Sponsored
VK Pandian | Argus News