Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ବୀର ଛବିଳ ସାଏ ଓ ୫୭ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ସମ୍ବଲପୁରରେ ବୀର ଛବିଳ ସାଏ ଓ ୫୭ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

୧୮୫୭ ମସିହା ଆଜିର ଦିନରେ କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରି ସହିଦ ବୀର ଛବିଳ ସାଏ ଓ ୫୭ ଜଣ ସହିଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଧର୍ମେନ୍ଦ୍ର କହିଛନ୍ତି, କୁଦୋପାଲିର ତ୍ୟାଗ, ଇତିହାସ ଓ ସମର୍ପଣ ଭାବନା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ୍ ନୁହେଁ। ଆମେ ଇତିହାସ ବଦଳାଇବା ପାଇଁ ନୁହେଁ ବରଂ ଇତିହାସକୁ ବଡ଼ କରିବାର କାମ କରୁଛୁ । କୁଦୋପାଲିର ବଳିଦାନକୁ ଦେଶ ଜାଣିବା ଉଚିତ୍। ବୀର ସଂଗ୍ରାମୀମାନଙ୍କ ଦାୟଦ ଭାବେ ଅନାଲୋଚିତ ନାୟକମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ପ୍ରୟାସ ବଜାୟ ରହିବ। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଦେଶକୁ ସ୍ବାଧୀନତା ଦେବା ହେଉ କିମ୍ବା ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବା, ନଚେତ୍ ରାଜ୍ୟ ଅର୍ଥନୀତିକୁ ମଜଭୁତ୍ କରିବା ହେଉ, ସମ୍ବଲପୁର ସବୁବେଳେ ନିଜର ଦାୟିତ୍ବ ପ୍ରତିପାଦିତ କରିଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିକଶିତ ଭାରତ ଗଠନରେ ସମ୍ବଲପୁର ଆମ ସମସ୍ତଙ୍କ ସହଯୋଗରେ ଏକ ପ୍ରୟୋଗଶାଳା ହେବ । ଜାତୀୟ ସ୍ତରରେ ସମ୍ବଲପୁର କ୍ରାନ୍ତିର ପ୍ରଚାର କରିବା ପାଇଁ ଯୋଜନା ରହିଛି। ଏଥିସହ ପ୍ରଦର୍ଶନୀରେ ଚିତ୍ରକର ବନ୍ଧୁମାନେ ଆଙ୍କୁଥିବା ବୀର ସୁରେନ୍ଦ୍ର ସାଏଙ୍କ ଚିତ୍ରର ପ୍ରଶଂସା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା ଏକ ଚିତ୍ର ନୁହେଁ ବରଂ ଆମ ପାଇଁ ଏକ ଜୀବନଶୈଳୀ। ଗତକାଲି କୁଦୋପାଲିର ଇତିହାସକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ପାଇଁ ଇଂରାଜୀ ପୁସ୍ତକ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ଉନ୍ମୋଚିତ ହୋଇଛି। ସମ୍ବଲପୁର ପରେ ଝାରସୁଗୁଡ଼ା ଗସ୍ତ କରି ଓଡ଼ିଶାର ବିଶିଷ୍ଟ ରାଜନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବି ସାମିଲ୍ ହୋଇଥିଲେ।

Sponsored
In Sambalpur, the Union Minister of Education paid tributes to Veer chabila Sai and 57 martyrs | Argus News