Videos
|
Odisha

ଗଛର ବିବାହ କରାଇଲେ ଗ୍ରାମବାସୀ, ଗାଁରେ ଭୋଜିଭାତର ଆସର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗଛର ବିବାହ କରାଇଲେ ଗ୍ରାମବାସୀ, ଗାଁରେ ଭୋଜିଭାତର ଆସର

ନିଆଁରା ପରମ୍ପରା ନିଆଁରା ବାହାଘର l ଯଜ୍ଞ କୁଣ୍ଡରେ ଜଳୁଛି ହୋମ ନିଆଁ, ପଡୁଛି ହାତଗଣ୍ଠି । ବାଜୁଛି ବାଜା ଓ ଶଙ୍ଖ ସହ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ତୁହାକୁ ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର । ତେବେ ଏ କୌଣସି ମଣିଷ ବାହାଘର ନୁହେଁ ଉଭୟ ବର କନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର ।ଦୁଇଟି ବୃକ୍ଷର ହୋଇଛି ଶୁଭ ପରିଣୟ l ଗ୍ରାମବାସୀଙ୍କ ପକ୍ଷରୁ ହିନ୍ଦୁ ରୀତିନୀତି ଅନୁଯାୟୀ ବର ଏବଂ ୱସ୍ତ ଗଛର ଶେଷ ହୋଇଛି ଶୁଭ ପରିଣୟ l ବନ୍ତ ବ୍ଲକ ଆପଣ୍ଡାରୁ ଆସିଛି ବୃକ୍ଷ ବିବାହର ନିଆଁରା ଦୃଶ୍ୟ l ଆପଣ୍ଡା ଗାଁ ନିକଟ ମାଆ ଜାଗୁଳାଇଙ୍କ ପୀଠ ନିକଟରେ ବର ସହ ୱସ୍ତ ଗଛକୁ ବୈଦିକ ରୀତିନୀତିରେ ବିବାହ କରାଯାଇଛି l ୧୨ବର୍ଷ ପୂର୍ବେ ଗ୍ରାମର ସୂର୍ଯ୍ୟମଣି ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ଆନନ୍ଦ ମହାନ୍ତି ତାଙ୍କ ଜନ୍ମ ଦିନରେ ବର ଏବଂ ଅଶ୍ଵସ୍ତ ଗଛ ଲଗାଇଥିଲେ ଆଉ ଏହି ବୃକ୍ଷ ଦୁଇଟିର ବିବାହ କାର୍ଯ୍ୟ ଆଜି ସମ୍ପନ୍ନ ହୋଇଛି । ଅଶ୍ୱସ୍ଥ(କନ୍ୟା) ପକ୍ଷରୁ ପ୍ରତାପ ମଲ୍ଲିକ ଏବଂ ତାଙ୍କ ପତ୍ନୀ ରଶ୍ମିତା ମଲ୍ଲିକ ଓ ବର ଗଛ ପକ୍ଷରୁ ଆନନ୍ଦ ଚନ୍ଦ୍ର ମହାନ୍ତି ଏବଂ ତାଙ୍କ ପତ୍ନୀ ଲିପିନି ରାଉତ୍ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ l

ହିନ୍ଦୁ ସାସ୍ତ୍ର ଅନୁଯାୟୀ ସାଧାରଣତଃ ମଣିଷ ବିବାହ ସମୟରେ ଯେଉଁ ସବୁ ରୀତିନୀତି ରହିଥାଏ ସେସବୁ ରୀତିନୀତି ଅନୁଯାୟୀ ପୁରୋହିତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଏହି ନିଆଁରା ବିବାହ ଘର l ବିବାହ ଘର ରୀତିନୀତି ଅନୁଯାୟୀ ହୋଇଥିବା ବେଳେ ଆନନ୍ଦ ଏବଂ ପ୍ରତାପଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସମୁଦୀ ମିଳନ l ଖାଲି ବିବାହ କାର୍ଯ୍ୟ ଶେଷ ହୋଇନି ଭୋଜି ଭାତର ମଧ୍ୟ ଆୟୋଜନ ହୋଇଚି l ଆଉ ସମସ୍ତେ ଏହି ନିଆଁରା ବହାଘରକୁ ଖୁବ୍ ପ୍ରସଂଶା କରିବା ସହ ଠିକ୍ ଏହି ଭଳି ବୃକ୍ଷ ପ୍ରତି ସଭିଙ୍କର ଭଲ ପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି l ସେପଟେ ବିବାହ ସମୟରେ ରାମ ନାମ ଧ୍ଵନୀ ପ୍ରକମ୍ପିତ ହେବା ସହ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ l

ପରିବେଶ ଏବଂ ଗଛ ଲତା ଦିନକୁ ଦିନ ବିଲୁପ୍ତ ହୋଇପଡୁଥିବା ବେଳେ ହିନ୍ଦୁ ଶାସ୍ତ୍ର ମଣିଷ ସମାଜ ଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ବୃକ୍ଷ ଲତା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଛି l ଯାହାର ଉଦାହରଣ ହେଉଚି ବର ଓ ୱସ୍ତ ଗଛର ନିଆଁରା ବିବାହ ପରମ୍ପରା l


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
in-some-indian-villages-particularly-in-areas-with-tribal-communities-a-unique-tradition-involves-marrying-off-a-banyan-tree-and-a-peepal-tree | Argus News