|
logo
Live

Argus News - ସକାଳର ତାଜା ଖବର ସଂକ୍ଷେପରେ

Odisha

ସକାଳର ତାଜା ଖବର ସଂକ୍ଷେପରେ

Ritu Das
Browse all articles by Ritu Das
·1 year ago·2 min read
ସକାଳର ତାଜା ଖବର ସଂକ୍ଷେପରେ

୧- ଆଜି ଦିନ ୨ ଟା ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି... ଦଳୀୟ କର୍ମୀଙ୍କ ସହ ଜୟପୁର ସହର ପରିଭ୍ରମଣ କରି କୋରାପୁଟ ଜିଲ୍ଲା ଗଣପର୍ବ ପରବ ଉଦଘାଟନୀ ଉତ୍ସବରେ ଦେବେ ଯୋଗ.....ଯାହାକୁ ନେଇ ବିମାନ ବନ୍ଦର ସହ ଜୟପୁର ସହରରେ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି।

୨- ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା.....ଲକ୍ଷେ ନୁହଁ ଏଣିକି ବିଧାୟକମାନେ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା..... ରାଜ୍ୟ କ୍ୟାବିନେଟ୍‌ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍‌ ମଧ୍ୟ ପ୍ରସ୍ତୁତ ସରିଛି

୩- ବିଜାପୁରରେ ପୁଣି ଏନକାଉଣ୍ଟର......ଆଜି ସକାଳ 7ଟା ରେ ବଡ ଧରଣର ଏନକାଉଣ୍ଟର ହୋଇଛି....ଛତିଶଗଡ଼ ର Cobra ବହିନୀ ଙ୍କ 210 ନମ୍ବର ପ୍ଲାଟୁନ ଓ crpf ର 168 ବାଟାଲିୟନଙ୍କ ସମେତ drg ଯବାନ ଙ୍କ ମିଳିତ ଅପରେସନରେ ଗୁଳିବିନିମୟ....ଏନକାଉଣ୍ଟରରେ ଏକ ଲକ୍ଷ ଇନାମୀ ନକ୍ସଲ ସହ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି।

୪-ଲୋକସଭାରେ ସମ୍ବିଧାନକୁ ନେଇ ଘମାସାନ...ଆଜି ଦ୍ବିତୀୟ ଦିନରେ ଲୋକସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ...ତେବେ ପ୍ରଥମ ଦିନ ବିତର୍କ ଆରମ୍ଭ କରି କଂଗ୍ରେସକୁ ଆଇନା ଦେଖାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

୫- ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା...ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଚୋରି ନାଟକ ରଚିଥିଲା ସୈତାନ ସ୍ଵାମୀ...ଅଭିଯୁକ୍ତ ସ୍ଵାମୀ ଓ ନଣଦେଇ ପୋଲିସ ASIଙ୍କୁ ଗିରଫ...ଘରେ ଥିବା ଭାତ ହାଣ୍ଡିରୁ ମିଳିଲା ପିସ୍ତଲ ସହ 3ଟି ଗୁଳି, ସ୍କର୍ପିଓ ଜବତ...ସ୍ଵାମୀ ନିଜେ ଗୁଳି କରିଥିବା ପୋଲିସ ପକ୍ଷରୁ ସୂଚନା... ୬- ପୂରଣ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି ... ମହାନଦୀ ରିଭର ଫ୍ରଣ୍ଟ ପାଇଁ ଆରମ୍ଭ ହେଲା ମାଟି ପରୀକ୍ଷା, ସର୍ଭେ କାମ ... ଖୁବଶୀଘ୍ର ପ୍ରସ୍ତୁତ ହେବ ଡିପିଆର …

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

7 କିଲୋମିଟର ପରିଧିରେ ହେବ ରିଭର ଫ୍ରଣ୍ଟ ବିକାଶ ... ଚାଉରପୁର ବ୍ରିଜଠାରୁ 7 କିଲୋମିଟର ପରିଧିରେ ହେବ ରିଭର ଫ୍ରଣ୍ଟ ବିକାଶ ୭- ହାଇବ୍ରିଡ୍ ମଡେଲରେ ଆୟୋଜିତ ହେବ ଚାମ୍ପିୟନ୍ସ ଟ୍ରଫି.... ପାକିସ୍ତାନ ବଦଳରେ ଦୁବାଇରେ ନିଜର ସମସ୍ତ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ.... ହାଇବ୍ରିଡ୍ ମଡେଲକୁ ପାକିସ୍ତାନ ସ୍ବୀକାର କରିଥିବା ନେଇ ଆଇସିସିର ସୂଚନା... ୨୦୨୬ ଟି-୨୦ ବିଶ୍ବକପ୍ ଲାଗି ଭାରତ ଆସିବନି ପାକ୍ କ୍ରିକେଟ ଟିମ୍...

୮- ଆଜିଠାରୁ ବ୍ରିସ୍‌ବେନର ଗାବାରେ ଖେଳୁଛି ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ.... ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ .... ମ୍ୟାଚ୍ ଆରମ୍ଭରୁ ବର୍ଷା ସାଜିଛି ବାଧକ ... ବର୍ତ୍ତମାନ ସୁଦ୍ଧା ୧-୧ ସ୍ଥିତିରେ ବରାବର ରହିଛନ୍ତି ଉଭୟ ଦଳ

୯- ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ … ଗତକାଲି ଗିରଫ ପରେ ଜେଲ ଯାଇଥିଲେ ... ହାଇଦ୍ରାବାଦ ସେଣ୍ଟ୍ରାଲ ଜେଲରୁ ବାହାରିଲେ ଅଲ୍ଲୁ … ପୁଷ୍ପା-୨ ପ୍ରିମିୟର ସୋ' ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ହୋଇଥିଲେ ଗିରଫ … ହାଇକୋର୍ଟରୁ ବେଲ୍ ମିଳିଥିଲେ ସୁଦ୍ଧା ଜେଲରେ ଥିଲେ ଅଲ୍ଲୁ …

୧୦- ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ, ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି.......ଆଜି ଶିମିଳିପାଳରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିଛି।

Sponsored
ସକାଳର ତାଜା ଖବର ସଂକ୍ଷେପରେ | Argus News