Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଷ୍କର୍ମ, ହତ୍ୟା ମାମଲା ଥିବା ପରେ ବି ଟିକଟ ମିଳିଲା 

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁଷ୍କର୍ମ, ହତ୍ୟା ମାମଲା ଥିବା ପରେ ବି ଟିକଟ ମିଳିଲା 

ଭୁବନେଶ୍ୱର:  ବିଜେଡିରେ ଯିଏ ଯେତେ ଅନ୍ୟାୟ କରିବ ସିଏ ସେତେ ଆଗକୁ ଯିବ । ଏ କଥା ଆମେ ନୁହେଁ ବରଂ ବିଜେଡିର ଟିକଟ ଘୋଷଣାକୁ ଦେଖିବା ପରେ ଆପଣ ବି କହିବେ । କାରଣ ବିଜେଡି ପରୀ ହତ୍ୟା ମାମାଲାରେ ଛନ୍ଦି ହୋଇଥିବା ଅରୁଣ ସାହୁ ଓ ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଦଳ ଦେଇଛି ଟିକଟ । ହେଲେ ଏମିତି ଦାଗୀ ନେତାଙ୍କୁ ଦଳ କାହିଁକି ଟିକଟ ଦେଲା ତାହାକୁ ନେଇ ଚର୍ଚ୍ଚା ଜୋର । ବିଜେଡିର ବିଧାନସଭା  ପ୍ରାର୍ଥୀ ତାଲିକାରେ  ଦୁଇ କେଳେଙ୍କାରୀ ନେତା   ନୟାଗଡାରୁ  ଅରୁଣ ସାହୁ ଏବଂ  ଜୁନାଗଡରୁ   କ୍ୟାପ୍ଟେନ ଦିବ୍ୟଶଙ୍କର । ଏମାନଙ୍କୁ  ପୁଣି  ଟିକେଟ ଦେଇ  ଶାସକ ପ୍ରମାଣ  କରିଦେଇଛନ୍ତି ଯେ ରାଜ୍ୟରେ  ମହିଳା ନିର୍ଯ୍ୟାତନା ରାଜ୍‌ ଚାଲିବ।  ଏଠି  ଆପଣଙ୍କୁ ମନେ ପକାଇଦେଉଛୁ ଯେ   ଅରୁଣ ସାହୁ ସେହି ଦାଗୀ  ନେତା ଯିଏ  ପରି  ପରି ଏକ କୋମଳ  ଶିଶୁ ର  ଅପହରଣ  ହତ୍ୟାର ପଛର  ମୁଖ୍ୟ  ଷଡଯନ୍ତ୍ରକାରୀ।  ପରି  ହତ୍ୟାକୁ ନେଇ ଚାଞ୍ଚଲ୍ୟ  ସୃଷ୍ଟି ହୋଇଥିଲା  ଓଡ଼ିଶାରେ ।  ମୋ ଝିଅକୁ ନ୍ୟାୟ ଦିଅ... ମୋ ଝିଅକୁ ଅରୁଣ  ସାହୁ ହତ୍ୟା କରିଛି  ଏଭଳି ଚିତ୍କାର  କରି ରଡି ଛାଡିଲା ମୃତ ପରିର ମାା।  ନୟାଗଡରୁ ଓଡ଼ିଶା  ବିଧାନସଭା  କମ୍ପିଥିଲା। ହେଲେ  ନବୀନଙ୍କ ଛତ୍ରଛାୟାରେ ରହିଯାଇଥିଲେ ଏହି ପାଓ୍ୱାର ଫୁଲ୍‌ ନେତା  ଆରୁଣ ଶାହୁ। 

 ସେହିପରି ମମିତା ମେହର ନୃଶଂସ ହତ୍ୟା ମାମଲାରେ ବିବାଦରେ ଥିଲେ ଦିବ୍ୟଶଙ୍କର ମିଶ୍ର।  ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ହୋଇଥିଲା ଆନ୍ଦୋଳନ। ଖୋଦ ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ନାଁରେ ଆଣିଥିଲେ ସଂଙ୍ଗୀନ ଅଭିଯୋଗ। ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗରେ ବିଧାନସଭା ହେଲା ଅଚଳ॥ ମନ୍ତ୍ରୀଙ୍କୁ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ହେଲା । ରାସ୍ତାରେ ନିଆଁ ଜଳିଲା ହେଲେ  ହେଲାନି କାର୍ଯ୍ୟାନୁଷ୍ଠାନ॥ ଆଉ ଏବେ  ଦିବ୍ୟଶଙ୍କରଙ୍କୁ ପୁଣି ଜୁନାଗଡ ଟିକେଟ। ଆଜି ସେମାନଙ୍କୁ ପୁଣି  ଟିକେଟ ଦେଇ  ବିଜେଡି ମଖିଆ  ପ୍ରମାଣ କରିଛନ୍ତି  ନବୀନ ସରକାରଙ୍କ ମା କୁ ସମ୍ନାନ କେବଳ ଏକ ଭୋଟ୍‌ ହାତେଇବାର ସ୍ଲୋଗାନ ମାତ୍ର ।   ତେବେ ଦେଖିବାକୁ ବାକି ରହିଲା ଏହି ଦୁଇ ଦାଗୀ  ପ୍ରାର୍ଥୀଙ୍କୁ ଭୋଟର କେଉଁ ଭାବରେ  ଗ୍ରହଣକରୁଛନ୍ତି।  
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the list of BJD Assembly candidates, two veteran leaders are Arun Sahu from Nayagarh and Captain Dibyashan from Junagarh | Argus News