ମହାପ୍ରସାଦରେ ଉଷୁନା ଚାଉଳକୁ ନେଇ ବିଧାନସଭାରେ ଝଡ଼
ଅର୍ଗସ ବ୍ୟୁରୋ: ଅର୍ପଣ ରଥ - ଉଷୁନା ଚାଉଳ - ମହାପ୍ରସାଦ ବିବାଦ । ବିଧାନସଭାରେ ଉଠିଲା ଅର୍ପଣ ରଥରୁ ସଂଗୃହିତ ଉଷୁନା ଚାଉଳରେ ମହାପ୍ରସାଦ ପ୍ରସଙ୍ଗ । ହାତରେ ବ୍ୟାନର, ପୋଷ୍ଟର ଧରି ଗୃହ ଭିତରେ ଜବାବ ମାଗିଲେ ବିଜେପି ବିଧାୟକ। ଗୃହ ବାହାରରେ ମଧ୍ୟ ଜୋରଦାର ପ୍ରତିବାଦ କରାଯାଇଛି। ବିଧାୟକଙ୍କ ପ୍ରଶ୍ନ କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା ?
କାହା ନିର୍ଦ୍ଦେଶରେ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ? ମହାପ୍ରଭୁଙ୍କୁ ଭିକାରୀ ସଜେଇ କାହିଁକି ଡାଲା ଅଟୋରେ ସାରା ଓଡିଶା ବୁଲାଇଲେ ସାରା ରାଜ୍ୟ ସରକାର । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନାଁରେ ଗାଁ ଗାଁରୁ ସଂଗ୍ରହ କରାଗଲା ଚାଉଳ, ଗୁଆ ଓ ଟଙ୍କା । ବିଧାୟକଙ୍କ ଅଭିଯୋଗ ମନ୍ଦିର ପରିଚାଳନା ସମିତି ନୀତି ବିରୁଦ୍ଧରେ ଅର୍ପଣ ରଥ ବୁଲାଇଲେ ରାଜ୍ୟ ସରକାର । ଉଷୁନା ଚାଉଳ ସହ ଅରୁଆ ଚାଉଳ ମିଶାଇ ସଂଗ୍ରହ କରାଗଲା । ଏହାଦ୍ବାରା ରାଜ୍ୟ ସରକାର ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତିକୁ ଅପମାନିତ କରାଯାଇଛି । ଏହା ମହାପ୍ରଭୁଙ୍କୁ ଅପମାନ ଏବଂ ଶ୍ରୀ ମନ୍ଦିର ପରିଚାଳନା ସମିତି ବିରୁଦ୍ଧ ନୀତି । ଗୋ ମାଂସର ପ୍ରଚାର କରୁଥିବା କମିଆ ଜାନୀଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରାଯାଇ ଜଗନ୍ନାଥଙ୍କୁ ଅପମାନ କରାଯାଇଛି । ତେଣୁ ଏ ସମସ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମାଗିଛି ବିଜେପି.. କଂଗ୍ରେସ ମଧ୍ୟ ବିଜେପି ବିଧାୟକଙ୍କ ଦାବିକୁ ସମର୍ଥନ କରିଛି
ଶ୍ରୀମନ୍ଦିର ନୀତି ଓ ଲୋକଙ୍କ ଭାବାବେଗ ସହ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର କିଭଳି ଖେଳ ଖେଲୁଛନ୍ତି ତାର ପୋଲ୍ ଖୋଲିଥିଲେ ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର ମହାସୁଆର।
📱 Get Argus News App
✨ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଓଡ଼ିଆ ଭାଷା
ଶ୍ରୀମନ୍ଦିର ଭିତରୁ ଉଷୁନା ଚାଉଳ ଯିବା ମନା। ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ମହାପ୍ରସାଦ ପ୍ରସ୍ତୁତରେ ବିଦେଶୀ ଭାବେ ଗଣାଯାଉଥିବା ଆଳୁ, ବିଲାତି ବାଇଗଣ, ଫୁଲକୋବି, କ୍ୟାପିସିକମ ବ୍ୟବହାର କରାଯାଏନି। ପିଆଜ, ରସୁଣ, ଶୁଖିଲା ଲଙ୍କା, ବିନ ଲାଉ, ସଜନାଛୁଇଁ, ଭେଣ୍ଡି , କଲରା ଛଚିନ୍ଦ୍ରାକୁ ବି ବାରଣ କରାଯାଇଛି ତେବେ ଅର୍ପଣ ରଥରେ ସଂଗୃହୀତ 12 ହଜାର କୁଇଣ୍ଟାଲ ଚାଉଳକୁ ରୋଷଶାଳାରେ ଖେଚୁଡି ଓ କାନିକା ପ୍ରସାଦ ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଛି। ଚାଉଳର ମାନ ପରୀକ୍ଷା ପରେ ଏହି ପ୍ରସାଦ ପ୍ରସ୍ତୁତ ହେବ। ତେବେ ଚାଉଳର ମାନ ପରୀକ୍ଷା ପାଇଁ ଗଠିତ କମିଟିର ସଦସ୍ୟ ଦାମୋଦର ମହାସୁଆର ଏହି ବାରମିଶା ଚାଉଳରୁ ଉଷୁନା ଚାଉଳ ବାହାର କରିବା ପରେ ଶହ ଶହ ବର୍ଷର ପରମ୍ପରା ନଷ୍ଟ ହେଲା ବୋଲି କୁହାଯାଉଛି। ସଂଗୃହୀତ 12 ହଜାର କୁଇଣ୍ଟାଲ ଚାଉଳରୁ ପ୍ରସାଦ ରାନ୍ଧିବା ପାଇଁ ରୋଷଶାଳାରେ କୁଡୁଆ ଓ ଜାଳର ଅଭାବ ନେଇ ବି ପ୍ରଶ୍ନ ଉଠାଇଥିଲେ ଯାଞ୍ଚ କମିଟିର ସଦସ୍ୟ।