Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ

ଅର୍ଗସ ବ୍ୟୁରୋ:  କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ ଅଛନ୍ତି । ସେମାନେ ହେଲେ ଆଠଗଡର ମହମ୍ମଦ ଜହୁର ଓ ଗଂଜାମର ସନ୍ତୋଷ ଗୌଡ଼ । ମହମ୍ମଦ ଜହୁରଙ୍କ ଘର  ଆଠଗଡ଼ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁର । ସେ ଦକ୍ଷିଣ କୁଏତର ମଙ୍ଗଫ ସହର ଏକ  ଟ୍ରେଡିଙ୍ଗ କମ୍ପାନୀରେ ସିବିଲ ଲାବୋରା୍ଟରୀ ଟେକନିସିୟାନ ଭାବେ କାର୍ଯ୍ୟରତ ଥିଲେ । ସେଠାରେ ଥିବା ସମ୍ପର୍କୀୟଙ୍କ ଦ୍ଵାରା ଶବ ଚି଼ହ୍ନଟ ପରେ ଭାରତ ଅଣାଯାଉଛି । ଆଉ କିଛି ସମୟ ପରେ ଉଭୟଙ୍କ ମୃତଦେହ ଭାରତରେ ପହଞ୍ଚିବ ।

ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ପୁରା ଗାଁରେ ଶୋକାକୁଳ ପରିବେଶ । ଭୟାବହ ଅଗ୍ନିକାଣ୍ଡର ୪୯ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ ମଧ୍ୟରେ ୪୫ଜଣ ଭାରତୀୟ ଥିଲେ । ଆଜି ସେମାନଙ୍କର ମୃତଦେହ ଅଣାଯାଉଛି । ଗତ ବୁଧବାର ଦିନ କୁଏତର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ହରେ ୩୩ଜଣ ଭାରତୀୟ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ କୁଏତ ଯାଇ ମୃତାହତଙ୍କ ପରିବାରକୁ ଭେଟିବା ସହ ମୃତଶରୀରକୁ ଭାରତ ଆଣିବାକୁ ବ୍ୟବସ୍ଥା କରୁଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the terrible fire in Quat, two-odia people died | Argus News