Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖରାରେ କେମିତି ସ୍କୁଲ୍ ଯିବେ ପିଲା ? ଦିନେ ଦୁଇ ଦିନରେ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍ ଆଣିବେ ସରକାର

Odisha

ଖରାରେ କେମିତି ସ୍କୁଲ୍ ଯିବେ ପିଲା ? ଦିନେ ଦୁଇ ଦିନରେ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍ ଆଣିବେ ସରକାର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଖରାରେ କେମିତି ସ୍କୁଲ୍ ଯିବେ ପିଲା ? ଦିନେ ଦୁଇ ଦିନରେ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍ ଆଣିବେ ସରକାର

ଭୁବନେଶ୍ଵର: ମାର୍ଚ୍ଚରୁ ବଢ଼ିଲାଣି ଖରା । ପାରଦ ୩୮ ଡେଇଁଲାଣି । ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ଦେଖି ଆଗୁଆ ସତର୍କ ହୋଇଛନ୍ତି ସରକାର । ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍, କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡ୍‌ଲାଇନ୍ । ଦିନେ ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଆସିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।


ମନ୍ତ୍ରୀ କହିଛନ୍ତି, ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗ ଆଲୋଚନା କରିଛି । କେବେଠୁ ସକାଳୁଆ ସ୍କୁଲ୍, କଲେଜ ହେବ, ଛାତ୍ରଛାତ୍ରୀ କିପରି ସୁରକ୍ଷିତ ରହିବେ ସେ ନେଇ ଗାଇଡ୍‌ଲାଇନ୍ ଆସିବ । କେବଳ ସ୍କୁଲ୍‌, କଲେଜ ନୁହେଁ ରାଜ୍ୟବାସୀଙ୍କ ପାଇଁ ବି ଦୁଇ ଦିନ ମଧ୍ୟରେ ଆସିବ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯିବ । ଜାରି ହେବାକୁ ଥିବା ଗାଇଡ୍‌ଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ସହରରେ ପାରଦ ୩୭ ଡିଗ୍ରୀ ଛୁଇଁଥିଲା । ରାଜ୍ୟର ୨ଟି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍ କରିଥିଲା । ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା ୩୮ ଡେଇଁଛି । ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରର ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୧ ଡିଗ୍ରୀ ରହିଥିଲା ।


ଅନୁଗୁଳର ସର୍ବୋଚ୍ଚ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ ୩୭.୬ ଡିଗ୍ରୀ, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫ ଡିଗ୍ରୀ, ଯାଜପୁର ୩୭.୨ ଡିଗ୍ରୀ, ବାରିପଦା, ସୋନପୁର ଓ ଭବାନୀପାଟଣାରେ ପାରଦ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିଭଳି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଦିନ ସାଢ଼େ ୨ଟାରେ ୩୫.୬ ଡିଗ୍ରୀ ରହିଥିବା ବେଳେ ଅପରାହ୍ଣରେ ୩୬.୧ ଡିଗ୍ରୀ ରେକର୍ଡ ହୋଇଥିଲା । କଟକର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ସେଲସିୟସ୍ ରହିଥିଲା । କାଲି ଭଳି ଆଜି ବି ରାଜ୍ୟରେ ପାଗ ଶୁଖିଲା ରହିବା ସହ ବିଭିନ୍ନ ସ୍ଥାନରେ ପାରଦ ୩୪ ଉପରେ ରହିପାରେ ।

Argus Whatsapp Channel Mobile Top
Sponsored
In View Of Heatwave Odisha To Bring Guidelines For Morning School | Argus News