|
logo
Live

Argus News - କାହା ସ୍ୱାର୍ଥରେ ଜନଜାତି ଛାତ୍ରୀ ନିବାସ ?

Odisha

କାହା ସ୍ୱାର୍ଥରେ ଜନଜାତି ଛାତ୍ରୀ ନିବାସ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାହା ସ୍ୱାର୍ଥରେ ଜନଜାତି ଛାତ୍ରୀ ନିବାସ ?

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଓଡ଼ପଡାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ୧୩ ବର୍ଷ ହେଲା ଫଳକରେ ସୀମିତ ହୋଇ ରହିଯାଇଛି ଜନଜାତି ଶିଶୁଙ୍କ ପାଇଁ ନିର୍ମିତ ହୋଇଥିବା ଏହି ଛାତ୍ରୀ ନିବାସ । ଓଡପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ୨୦୧୨ ମସିହାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ। ୨୦୧୨ ମସିହାରେ ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ସେତେବେଳର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହାକୁ ଉଦଘାଟନ କରିଥିଲେ ।


କିନ୍ତୁ ୧୩ ବର୍ଷ ହେବ ଛାତ୍ରୀ ନିବାସ ଗୃହଟି ନିର୍ମାଣ ସରିଥିଲେ ମଧ୍ୟ ଏଯାଏଁ କେବଳ ଫଳକରେ ସୀମିତ ହୋଇ ରହିଛି। ଜନଜାତି ଉନ୍ନୟନ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଛାତ୍ରୀ ନିବାସର ପାଚେରୀ ଅଧପନ୍ତରିଆ ହୋଇ ପଡିରହିଛି ।ସେପଟେ ଦୀର୍ଘ ଦିନ ହେଲା ଘର ଗୁଡିକ ଉପଯୋଗ ନହେବାରୁ ଏବେ ତାହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ଛାତ୍ରୀ ନିବାସର ପାଇଖାନା ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଗଲାଣି । ମୁଖ୍ୟ ଦ୍ବାର ମେଲା ପଡିଥିବାରୁ ବୁଲା ଗାଈଗୋରୁ ଏବଂ ଷଣ୍ଢ ଅବାଧରେ ପଶି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି । ଅବ୍ୟବସ୍ଥାରେ ପଡିଥିବା ଲକ୍ଷ ଲକ୍ଷ ଟଙ୍କାର ଛାତ୍ରୀ ନିବାସର ପୁନରୁଦ୍ଧାର କରିବା ଜରୁରୀ ହୋଇପଡିଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
କାହା ସ୍ୱାର୍ଥରେ ଜନଜାତି ଛାତ୍ରୀ ନିବାସ ? | Argus News