Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପହଞ୍ଚ ଇଲାକାରେ ଅପହଞ୍ଚ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅପହଞ୍ଚ ଇଲାକାରେ ଅପହଞ୍ଚ ଯୋଜନା

ପୁଣି ପଦାରେ ପଡିଲା ତତ୍କାଳୀନ ବିଜେଡି ଶାସନଙ୍କ ବହପ। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଜିବି ସ୍ବପ୍ନ। ଆଦିବାସୀ ଉନ୍ନୟନ ସଂସ୍ଥା ମିଛ, ଜଳଯୋଗାଣ ମିଛ, ବିଜୁଳିଆଲୁଅ ମିଛ, ଆଜି ମଧ୍ୟ ଅଭିଶପ୍ତ ଦୁର୍ଗମ ଆଦିବାସୀଙ୍କ ଜୀବନ। ଏଚିତ୍ର ହେଉଛି କଳାହାଣ୍ଡି ଭଟାଙ୍ଗପଦର ପଞ୍ଚାୟତର ବାଘନଖି ଗାଁ ର। ଗାଁ ଚିତ୍ର ବେସ ମନୋରମ। ପାହାଡ ମଝିରେ ସୁନ୍ଦର ଛୋଟ ଗାଁ। ମାତ୍ର ସମସ୍ୟା ଏଠାରେ ବହୁତ ବଡ। ଗାଁରେ ରୁହନ୍ତି ୨୫ ପରିବାର।

ଗାଁ କହିଲେ ମାଟି କୁଡିଆ, ଚାଳ ଛପର ସହ ଅଧା ତିଆରି କିଛିଟା ପ୍ରଧାନମନ୍ତ୍ରୀ ଆବାସ। ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟତର। ଏହାର ପ୍ରମାଣ ଏଇ ଚିତ୍ର। ଆଜିବି ଝରଣା ପାଣି ମେଣ୍ଟାଉଛି ଗାଁ ଲୋକଙ୍କ ଶୋଷ। ଗାଁ ଠାରୁ ଦୂରରେ ଥିବା ଝରଣା ପାଣି ସଂଗ୍ରହ କରି ଶୋଷ ମେଣ୍ଟାନ୍ତି ଅଞ୍ଚଳବାସୀ। ଏଇ ପାଣି ପିଇ ରୋଗ ବ୍ୟାପୁଥିଲେବି ବିକଳ୍ପ ନଥିବାରୁ ଏଇ ପାଣି ପିଉଛନ୍ତି ଅଞ୍ଚଳବାସୀ।


ବାଘନଖିରେ ବିଜୁଳି ଆଲୁଅ ଆଜିବି ସାତସପନ। ଗାଁରେ ଧାଡିଧାଡି ହୋଇ ସୋଲାର ଲାଇଟ୍ ଅଛି ସତ କିନ୍ତୁ ସବୁ ଅଚଳଚ । ଆଜିବି ରାତି ହେଲେ ଅନ୍ଧାର ଏଠି ରାଜ କରେ। ରାତିର ଅନ୍ଧାର ପରି ଏଠି ଅନ୍ଧାର ପିଲାଙ୍କ ଭବିଷ୍ୟତ । ସେଭଳି ଗାଁର ମାଳମାଳ କଚ୍ଚାଘର ପ୍ରମାଣ କରୁଛି ଗାଁର ଆବାସ ସତ। ଆଦିବାସୀ ଉନ୍ନୟନ ପାଇଁ କୋଟି କୋଟି ଅର୍ଥ ଆସୁଛି ହେଲେ ଲୋକ ଏହାର ଫାଇଦା ପାଉନାହାନ୍ତି। ପ୍ରଚାର ସର୍ବସ୍ୱ ରେ ଚାଲିଛି ଯୋଜନା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
inaccessible-scheme-in-inaccessible-areas | Argus News