Videos
|
Odisha

କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

Rashmita Mishra
Browse all articles by Rashmita Mishra
·2 years ago·1 min read
କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି କଟକ ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାୟତ ଶାସନ ଦିବସ ଉପଲକ୍ଷେ କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭିସି ଜରିଆର ଉପସ୍ଥିତ ରହିବେ। 4 ଟି ମୂଖ୍ୟ ପ୍ରୋଜେକ୍ଟ ମଧ୍ୟରେ ଖାନ ନଗର ଶବଦାହ ପାଇଁ ଗ୍ୟାସ କ୍ରିମେସନ ସେଣ୍ଟର , ଏହାପରେ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ , ଏହାପରେ ନେତାଜୀ ସୁବାଷ ବୋଷ ଙ୍କ ବାଖ୍ୟାୟନ କେନ୍ଦ୍ର , ବା ସ୍ମାରକୀ ପୁରୁଣା ଜେଲ ଓ ଅନ୍ୟାନ୍ୟ ପ୍ରକଳ୍ପ ର ଉଦ୍ଘାଟନ ହେବ। ତେବେ ଦୀର୍ଘ ବର୍ଷ ଧରି ଏହି ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଥିଲା। କଟକ କୁ ଏକ ନୂଆ ରୂପ ଦେବା ପାଇଁ ଏହି ସମସ୍ତ ବିକାଶ ମୂଳକ ପ୍ରୋଜେକ୍ଟ କୁ ହାତକୁ ନେଇଥଲେ ସରକାର। ତେବେ ଆସନ୍ତାକାଲି ଏହା ଲୋକ ମାନଙ୍କ ଉଦ୍ଧେଶ୍ୟରେ ଉନ୍ମୋଚିତ ହେବ।  ଗ୍ୟାସ କ୍ରିମେସନ ବ୍ୟବସ୍ଥା କଟକ ରେ ଆରମ୍ଭ ହେବା ପରେ ଅନେକ ମାତ୍ରାରେ ଲୋକ ମାନେ ଲାଭବାନ ହେବେ।  ପୂର୍ବରୁ ଥିଲା ଇଲେକ୍ଟ୍ରି ଶବଦାହ କେନ୍ଦ୍ର ଟି ବାତ୍ୟା ସମୟରେ ଭାଙ୍ଗିବା ପରେ ତାହାକୁ ପୁନଃ ମରାମତି ନକରି ଏହି ପ୍ରୋଜେକ୍ଟ ଆରମ୍ଭ କରିଥଲେ ରାଜ୍ୟ ସରକାର। ଏହାବ୍ୟତୀତ ବହୁ ପ୍ରତୀକ୍ଷିତ ଯେଉଁ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ବକ୍ସି ବଜାର ରେ ଲୋକାର୍ପଣ ହେବ ତାହା ମଧ୍ୟ କଟକର ଶୋଭା କୁ ଦୁଗୁଣିତ କରିବ ବୋଲି କହିଛନ୍ତି ମେୟର ସୁବାସ ସିଂ। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: