Videos
|
Odisha

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀରେ ଅଘଟଣ: କୋଇଲା ହପର ଭୁଶୁଡ଼ି ଚାପିହୋଇଗଲେ ଶ୍ରମିକ

Ritu Das
Browse all articles by Ritu Das
·1 year ago
ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନୀରେ ଅଘଟଣ: କୋଇଲା ହପର ଭୁଶୁଡ଼ି ଚାପିହୋଇଗଲେ ଶ୍ରମିକ

ଅର୍ଗସ ବ୍ୟୁରୋ: ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କଂପାନୀରେ ବଡ଼ ଧରଣର ଦୁର୍ଘଟଣା । ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା କୋଇଲା ହପର। କୋଇଲା ହପର ଭୁଶୁଡ଼ି ପଡ଼ିବାରୁ ୩/୪ ଶ୍ରମିକ ତଳେ ଚାପି ହୋଇ ରହିଥିବା ସୂଚନା । ଅଘଟଣକୁ ନେଇ କାରଖାନା ବାହାରେ ଦେଖା ଦେଇଛି ଚାପା ଉତ୍ତେଜନା।


ସବୁଠୁ ବଡ଼ କଥା ହେଉଛି ସେହି ଶ୍ରମିକଙ୍କ ଫୋନକୁ ବର୍ତ୍ତମାନ ଯୋଗାଯୋଗ ହୋଇପାରୁନି। ଘଟଣାସ୍ଥଳରେ ପହଞ୍ଚିଛି ଆମ୍ବୁଲାନ୍ସ। ହପର୍ ଦାୟୁତ୍ୱରେ ଥିଲେ 12 ଜଣ ଶ୍ରମିକ। ତଳେ ଚାପି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ। ବର୍ତ୍ତମାନର ଖବର ଅନୁସାରେ ସିମେଣ୍ଟ ପ୍ଲାଣ୍ଟ ଭିତରକୁ ଏକ ଯାଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Incident at Rajgangpur Dalmia Cement Company: Worker crushed after coal hopper collapses | Argus News