Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Electric Shock / କବାଡି ଖେଳ ବେଳେ ଅଘଟଣ ; ୩ ମୃତ, ୩ ଆହତ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
କବାଡି ଖେଳ ବେଳେ ଅଘଟଣ ; ୩ ମୃତ, ୩ ଆହତ

Key Points

ଗତ ରାତିରେ ରାଓସୱାହି ଗାଁରେ ଏକ କବାଡି ଇଭେଣ୍ଟ ଚାଲିଥିଲା । ହେଲେ ହଠାତ୍ ଝଡ ତୋଫାନ ଆସିବାରୁ ଷ୍ଟେଜ ଉପରକୁ ଚାଲି ଆସିଥିଲେ ଖେଳାଳି । ଆଉ ଏହି ସମୟରେ ଏକ ୧୧କେଭି ତାର ଛିଣ୍ଡି ଖେଳାଳିଙ୍କ ଉପରେ ପଡିଥିଲା । ଯାହା ଫଳରେ ୬ ଜଣ ଆହତ ହୋଇଥିଲେ ।

କବାଡି ଖେଳୁଥିଲେ, ହେଲେ ହଠାତ ଏକ ଅଘଟଣ ଯୋଗୁ ଚାଲିଗଲା ୩ ଜଣଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ ରାଜ୍ୟ କୋଣ୍ଡାଗାଓଁ ଜିଲ୍ଲାର କେଶକାଲ ବ୍ଲକରେ । ଗତ ରାତିରେ ରାଓସୱାହି ଗାଁରେ ଏକ କବାଡି ଇଭେଣ୍ଟ ଚାଲିଥିଲା । ହେଲେ ହଠାତ୍ ଝଡ ତୋଫାନ ଆସିବାରୁ ଷ୍ଟେଜ ଉପରକୁ ଚାଲି ଆସିଥିଲେ ଖେଳାଳି । ଆଉ ଏହି ସମୟରେ ଏକ ୧୧କେଭି ତାର ଛିଣ୍ଡି ଖେଳାଳିଙ୍କ ଉପରେ ପଡିଥିଲା । ଯାହା ଫଳରେ ୬ ଜଣ ଆହତ ହୋଇଥିଲେ ।

ଗାଁ ଲୋକେ ପ୍ରଥମେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପରେ ସମସ୍ତ ଆହତଙ୍କୁ ବିଶ୍ରାମପୁରୀ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଗାଁ ଲୋକେ । ହେଲେ ହ୍ସିପାଟଲରେ ପହଞ୍ଚିବା ପୂର୍ବରୁ ୩ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା କହିଥିଲେ ଡାକ୍ତର । ଅନ୍ୟ ତିନି ଗୁରୁତର ଆହତଙ୍କୁ ବିଶ୍ରାମପୁରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା। ଜିଲ୍ଲା ପଞ୍ଚାୟତ ସଦସ୍ୟ ରାମଚରଣ ଶୋରି ତିନି ଜଣ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି।

ମୃତକମାନେ ହେଉଛନ୍ତି ଗରାଞ୍ଜିଡିହି ନିବାସୀ ରତନ ନେତାମଙ୍କ ୨୪ ବର୍ଷୀୟ ପୁଅ ସତୀଶ କୁମାର, ପାଣ୍ଡେ ପାରା ନିବାସୀ ଘାସିଆରାମଙ୍କ ୨୫ ବର୍ଷୀୟ ପୁଅ ଶ୍ୟାମ ନେତାମ ଏବଂ ପାଣ୍ଡେ ପାରା ନିବାସୀ ଘନପତରଙ୍କ ୨୫ ବର୍ଷୀୟ ପୁଅ ସୁନୀଲ ଶୋରୀ ।

ସେପଟେ ବିଶ୍ରାମପୁରୀ ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣା ପରେ ଗାଁରେ ଏକପ୍ରକାର ଆଥଙ୍କ ଖେଳି ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Incident during Kabaddi game; 3 dead, 3 injured | Argus News