Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘାଣ୍ଟିବ ଆୟକର ବିଭାଗ: ଅଲଗା ଅଲଗା ପରେ କରିବ ମୁହାଁମୁହିଁ ଜେରା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଘାଣ୍ଟିବ ଆୟକର ବିଭାଗ: ଅଲଗା ଅଲଗା ପରେ କରିବ ମୁହାଁମୁହିଁ ଜେରା

Key Points

ହଂସିତା ଓ ଅନିଲଙ୍କ ଅଡ଼ୁଆ ବଢ଼ିଲା

ଜେଲ୍‌ରେ ଜେରା କରିବ ଆୟକର ବିଭାଗ

ଭୁବନେଶ୍ଵର: ଜେଲ୍‌ରେ ଜେରା କରିବ ଆୟକର ବିଭାଗ । ହଂସିତା ଓ ଅନିଲ ଠକ ଯୋଡ଼ିଙ୍କ ଠାରୁ ବାହାର କରିବ ସତ । ଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଲାଗି ବଢ଼ିଛି ଅଡ଼ୁଆ । ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ୬ ଘଣ୍ଟା ପଚରାଉଚରା ପାଇଁ ଆୟକର ବିଭାଗକୁ ମିଳିଛି ଅନୁମତି ।


ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଅଡୁଆ ବଢ଼ୁଛି । ଦୁଇ କରିତକର୍ମା ଯୋଡ଼ିଙ୍କୁ ଜେଲ୍‌ରେ ଜେରା କରିବ ଆୟକର ବିଭାଗ । ଆସନ୍ତାକାଲି ୩ ତାରିଖରେ ଜେରା କରିବାକୁ ଅନୁମତି ଦେଇଛନ୍ତି ଜେଏମ୍‌ଏଫ୍‌ସି କୋର୍ଟ । ହଂସିତା ଓ ଅନିଲକୁ ଜେଲ୍‌ରେ ଜେରା ପାଇଁ ଆବେଦନ କରିଥିଲା ଆୟକର ବିଭାଗ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆୟକର ବିଭାଗ ଆବେଦନର ଶୁଣାଣି କରି ଗୋଟିଏ ଦିନ ଜେରା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଦିନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଆୟକର ବିଭାଗର ଟିମ୍ ପର୍ଯ୍ୟାୟ କ୍ରମେ ଠକ ଯୋଡ଼ିଙ୍କୁ ଜେରା କରିବ ।


ଏନେଇ ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଥିବା ବେଳେ ଆୟକର ବିଭାଗର ଅଧିକାରୀମାନେ ସ୍ୱତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ହଂସିତା ଓ ଅନିଲକୁ ଅଲଗା ଅଲଗା ଜେରା କରିବେ ଅଧିକାରୀ । ପରେ ସେମାନଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ ବୋଲି ସୂଚନା ମିଳିଛି ।

Sponsored
Income Tax Officials To Grill Cheater Hansita And Anil In Jharpada Jail | Argus News