Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସଙ୍କ ଭାଇଙ୍କ ଘରେ ଆୟକର ବିଭାଗର ଚଢ଼ାଉ

Sushanta Sahoo
Browse all articles by Sushanta Sahoo
·1 year ago
ନବ ଦାସଙ୍କ ଭାଇଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ନବଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ରେଡ୍ କରିଛି । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଭୋର ସମୟରୁ ଜାରି ରହିଛି ଆୟକର ବିଭାଗ ଚଢ଼ାଉ ।


ଆୟକର ବିଭାଗର ୨ଟି ଟିମ୍ ଆସି ବ୍ରଜଙ୍କ ଘର, ଅଫିସ୍‌ରେ ଚଢ଼ାଉ କରୁଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବ୍ରଜ ଦାସଙ୍କ ସହ ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ତେବେ ଆୟକର ବିଭାଗର ଚଢ଼ାଉ ନେଇ ବ୍ରଜ କିମ୍ବା ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ମିଳି ପାରିନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Income Tax Raid On Naba's Brother Braja Kishore Das's House | Argus News