IT Raid On Utkal Builders / ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ ଜାରି

Key Points
୩ ଦିନରେ ନଗଦ ଅଢେଇ କୋଟି ଅଧିକ ଟଙ୍କା ଜବତ
ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗର ଚଢ଼ାଉ ଜାରି । ଗତ ୩ ଦିନରେ ଜବତ ହେଲାଣି ନଗଦ ଅଢେଇ କୋଟିରୁ ଅଧିକ ଟଙ୍କା । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ । କମ୍ପାନୀର ୪ ନିର୍ଦ୍ଦେଶକଙ୍କୁ ଆଜି ସକାଳ ସମୟରୁ ଚାଲିଛି ଜେରା । ଆୟକର ଫାଙ୍କିବା ଅଭିଯୋଗରେ ନିର୍ଦ୍ଦେଶକ ରାକେଶ ଭୁରା, ଅଞ୍ଜନା ଦେବି ଭୁରା, ସନ୍ଦୀପ କୁମାର ବୈଦ, ଅମିତ ବୈଦଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଆୟକର ଫାଙ୍କିବା ନେଇ ମିଳିଛି ଯଥେଷ୍ଟ ପ୍ରମାଣ । ୧୮ଟି ଟିମର ୧୨୦ ଅଫିସର ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଶ୍ଚିମବଙ୍ଗରେ ମଧ୍ୟ ଜାରି ରଖିଛନ୍ତି ଚଢ଼ାଉ ।
ସୂଚନାନୁଯାୟୀ ଆୟକର ଫାଙ୍କି ନେଇ ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି ସକାଳୁ ଝାଳବୁହା ଜେରା କରୁଥିବା ଜଣାଯାଇଛି। ଏଥିଲାଗି ବିଶେଷ କରି ଏହି ପାର୍ଟନରମାନଙ୍କ ଅଡ଼ୁଆ ବଢ଼ିଯାଇଛି । କୋଟିଏରୁ ଅଧିକ ନଗଦ ଟଙ୍କା ଓ ବହୁ ଜାଲ୍ କାଗଜପତ୍ର ଜବତ । ଆୟକର ଫାଙ୍କି ନେଇ ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍ଡର୍ସର ୧୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ କୋଟିଏରୁ ଅଧିକ ନଗଦ ଟଙ୍କା ଓ ବହୁ ଜାଲ୍ କାଗଜପତ୍ର ଜବତ କରାଯାଇଛି । ଯାହାକୁ ନେଇ ଆୟକର ବିଭାଗ ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା କରିଛି।
ସୂଚନା ମୁତାବକ, ବହୁଦିନ ହେବ ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ମଙ୍ଗଳବାର ସକାଳ ସମୟରେ ୧୪ଟି ଟିମ୍ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଅଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ବିଭିନ୍ନ କାର୍ଯ୍ୟାଳୟରୁ ବସ୍ତା ବସ୍ତା ଜାଲ୍ କାଗଜପତ୍ର ଜବତ କରାଯାଇଥିଲା। କାଗଜପତ୍ରଗୁଡ଼ିକ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସଂସ୍ଥା ଆୟକର ଫାଙ୍କିବା ପାଇଁ ଏହି ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲା।
ଆୟକର ବିଭାଗ ପକ୍ଷରୁ ଠକେଇ ନେଇ ଯାହା ଆକଳନ କରାଯାଇଥିଲା ଏହା ତା’ଠାରୁ ବଡ଼ ଧରଣର ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ନଗଦ କୋଟିଏ ଟଙ୍କା ଜବତ କରାଯାଇଛି। ଏମିତି କି ଅତି କମ୍ରେ ଚଢ଼ଉ ଆହୁରି ୩ଦିନ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଚଢ଼ଉ ପରେ ଠକେଇ ଓ ନଗଦ ଟଙ୍କା ପରିମାଣ ବଢ଼ିବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories