Videos
|
Odisha

ବେହାଲ ରାସ୍ତା ଲୋକେ ହିନସ୍ତା, ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବେହାଲ ରାସ୍ତା ଲୋକେ ହିନସ୍ତା, ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା

ଅର୍ଗସ ବ୍ୟୁରୋ:  ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା.ରାସ୍ତା ଏମିତି ଯୁଆଡେ ଚାହିଁବେ ଖାଲ ଖମାରେ ଭର୍ତ୍ତି। ସ୍ଥାନେସ୍ଥାନେ ମେଟାଲ ଉଠିଗଲାଣି ।  ବେହାଲ୍ ରାସ୍ତାର ଅବସ୍ଥା ଏଇ ରାସ୍ତାରେ ଯିବାଆସିବା ମୁସ୍କିଲ। ମାତ୍ର ରାସ୍ତା ନଥିବାରୁ ଏଇ ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା  ଶୁଳିଆପଦା ବ୍ଲକ କୋଷ୍ଠା ପଂଚାୟତର।  ବଡ଼ ବଇଞ୍ଚା ମନ୍ଦୀର ଛକ ଠାରୁ ଫାନୀଆ ପଞ୍ଚାୟତର ଗେଣ୍ଡାଖାଳ ଦେଈ ମହାବିଲା ପଞ୍ଚାୟତର ମହାଵିଲା ଛକ ଦେଇ  ଶୁଳିଆପଦାକୁ ସଂଯୋଗ କରୁଛି ଏଇ ରାସ୍ତା। ରାତିପାହିଲେ ଚାରିଟି ପାଞ୍ଚଟି ପଂଚାୟତର ଲୋକେ ଏଇ ରାସ୍ତା ଦେଇ ଯିବାଆସିବା କରନ୍ତି। ମାତ୍ର ରାସ୍ତ ସମସ୍ୟା ପାଇଁ ପ୍ରତିନିଦିନ ଦହଗଞ୍ଜ ହୁଅନ୍ତି ଅଞ୍ଚଳବାସୀ। 

କିଛି ବର୍ଷ ପୁର୍ବରୁ ଏ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହୋଇଥିଲା । କିନ୍ତୁ କାମ ଏମିତି ହୋଇଥିଲା ଯେ ନିର୍ମାଣ ହେବାର କିଛିଦିନ ପରେ ରାସ୍ତାର ହାଲ ବେହାଲ। ନିମ୍ନମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଗଲାଣି।  ଏହି ରାସ୍ତା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। କେଉଁଠିକୁ ପକ୍କା ରାସ୍ତା ସଂଯୋଗ ହୋଇନିତ କେଉଁଠି ରାସ୍ତା ନିର୍ମାଣ ପାଇଁ ଟଙ୍କ ଆସିବି ଠିକସେ କାମ ହୋଇନି। ଉପାନ୍ତର ଏହି ଗାଁ ମାନଙ୍କରେ ରାସ୍ତା ସାଜିଛି ମରଣଯନ୍ତ। ପ୍ରଚାରରେ ସିମିତି ସରକାରଙ୍କ ପକ୍କା ରାସ୍ତା ଯୋଜନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
incomplete roads are causing pain | Argus News