Videos
|
Odisha

ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି

Smruti Parija
Browse all articles by Smruti Parija
·1 year ago·1 min read
ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି

Key Points

ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି । ୬ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ ।

ଭୁବନେଶ୍ୱର: ଚଳିତ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା ରାଶି । ୬ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ । ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମମାନଙ୍କୁ ୩୫୦୦ ଟଙ୍କାର ଭତ୍ତା ଯୋଗାଇ ଦେବେ ରାଜ୍ୟ ସରକାର ।


ଏହି ମାସରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମମାନଙ୍କୁ ୩୫୦୦ ଟଙ୍କାର ଭତ୍ତା ଯୋଗାଇ ଦିଆଯିବ । ଏହା ଦ୍ୱାରା ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଅନାଦାର ହେଉଥିବା ବୃଦ୍ଧବୃଦ୍ଧା ତଥା ଭିନ୍ନକ୍ଷମମାନଙ୍କ ପାଇଁ ଏହା ବେଶ ସହାୟକ ହେବ । ସେମାନଙ୍କୁ ବି ଯଥେଷ୍ଟ ସମ୍ମାନ ମିଳିବ । ସେମାନଙ୍କୁ ଆଉ କେହି ଅନାଦାର କରିପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହାର ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ବାଜିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି । ଏହା ସହିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଜି ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି । ଏହି ୫ ବର୍ଷରେ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ସେହିପରି ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିଲେ ହିତାଧିକାରୀମାନଙ୍କୁ ୨ କିସ୍ତି ଏକାଥରକେ ଅର୍ଥାତ୍ ୧୦ ହଜାର ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୨୫ ହଜାର ସବ୍‌ସିଡି ଶକ୍ତି ବିଭାଗ ଦେବ ବୋଲି ଜଣାପଡ଼ିଛି ।

increased-allowance-amount-will-be-available-from-this-month-more-than-6-lakh-senior-citizen-will-benefit | Argus News