ଭାରତ ଆଗରେ ୩୦୫ ରନ୍ର ବିଜୟ ଲକ୍ଷ୍ୟ, ଗୋଟିଏ ବଲ୍ ଥାଇ ଅଲଆଉଟ୍ ଇଂଲଣ୍ଡ

Key Points
ଦ୍ଵିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତକୁ ଦେଇଛି ୩୦୫ ରନ୍ର ବିଜୟ ଲକ୍ଷ୍ୟ । ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ।
କଟକ: ବାରବାଟିରେ ହାଇ ଭୋଲଟେଜ୍ ଟକ୍କର । ଦ୍ଵିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ, ଭାରତକୁ ଦେଇଛି ୩୦୫ ରନ୍ର ବିଜୟ ଲକ୍ଷ୍ୟ । ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଥିବା ବେଳେ ବେନ୍ ଡକେଟ୍ ୬୫ ରନ୍ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ହାରି ବ୍ରୋକ ୩୧ ରନ୍, ଜୋଶ ବଟଲର ୩୪, ଓପନର ଫିଲ୍ ସଲ୍ଟ ୨୬ ରନ୍ର ପାଳି ଖେଳିଥିଲେ । ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ୧୦.୫ ଓଭରରେ ଖସିଥିଲା ଇଂଲଣ୍ଡର ପ୍ରଥମ ୱିକେଟ୍ । ଆଉଟ୍ ହୋଇଥିଲେ ଫିଲ୍ ସଲ୍ଟ । ଏହାପରେ ୧୫.୫ ଓଭରରେ ଇଂଲଣ୍ଡ ସ୍କୋର ୧୦୨ ରନ୍ ହୋଇଥିବା ବେଳେ ବେନ୍ ଡକେଟଙ୍କ ୱିକେଟ୍ ପଡ଼ିଥିଲା ।
📱 Get Argus News App
✨୨୯.୪ ଓଭରରେ ଦଳୀୟ ସ୍କୋର୍ ୧୬୮ ହୋଇଥିବା ବେଳେ ହାରି ବ୍ରୋକ୍ ଆଉଟ୍ ହୋଇଥିଲେ । ୩୮.୪ ଓଭରରେ ଖସିଥିଲା ଜୋସ୍ ବଟଲରଙ୍କ ୱିକେଟ । ଏହାପରେ ନିୟମିତ ବ୍ୟବଧାନରେ ଜୋ ରୁର୍ ଜାମି ଓଭରଟନ, ଗୁସ ଅଟକିନସନ୍ ଆଉଟ୍ ହୋଇଥିଲେ । ଏହାପରେ ୪୮.୫ ଓଭରରେ ରନ୍ ଆଉଟ୍ ହୋଇଥିଲେ ଆଦିଲ ରସିଦ । ଏହା ପରେ ରନ୍ ଆଉଟ୍ ହୋଇଥିଲେ ଲିଆମ୍ ଲିଭିଂଷ୍ଟୋନ୍, ମାର୍କ ଉଡ୍ ।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି. ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବାରବାଟିରେ ମହମ୍ମଦ ସାମିଙ୍କ ଓଭରରେ ସବୁଠୁ ଅଧିକ ୬୬ ରନ୍ ସ୍କୋର ହୋଇଥିବା ବେଳେ ହର୍ଷିତ ରାଣାଙ୍କ ଓଭରରେ ୬୨ ରନ୍ କରିଛି ଇଂଲଣ୍ଡ । ସେହିଭଳି ଜାଡ଼େଜା ୧୦ ଓଭର୍ ବୋଲିଂ କରିଥିବା ବେଳେ ତାଙ୍କ ଓଭରରେ ସର୍ବନିମ୍ନ ୩୫ ରନ୍ କରିଛନ୍ତି ଇଂଲଣ୍ଡ ଖେଳାଳି ।