Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ OCAର ସ୍ଵତନ୍ତ୍ର ବ୍ୟବସ୍ଥା, ବାଲିଯାତ୍ରା ପଡ଼ିଆରେ ୩ଟି ଫ୍ୟାନ୍ ପାର୍କ

Odisha

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ OCAର ସ୍ଵତନ୍ତ୍ର ବ୍ୟବସ୍ଥା, ବାଲିଯାତ୍ରା ପଡ଼ିଆରେ ୩ଟି ଫ୍ୟାନ୍ ପାର୍କ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ OCAର ସ୍ଵତନ୍ତ୍ର ବ୍ୟବସ୍ଥା, ବାଲିଯାତ୍ରା ପଡ଼ିଆରେ ୩ଟି ଫ୍ୟାନ୍ ପାର୍କ

Key Points

୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍

୫ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା

କ୍ରିକେଟ୍ ପ୍ରେମୀଙ୍କ ଲାଗି ୩ଟି ଫ୍ୟାନ୍ ପାର୍କ

କଟକ: ଆସନ୍ତା ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ । ଏଥିପାଇଁ ଓସିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦିନିକିଆ ଦିବାରାତ୍ର ମ୍ୟାଚ୍ ଲାଗି ୫ଟି ସ୍ଥାନରେ ହେବ ଗାଡ଼ି ପାର୍କିଂ ବ୍ୟବସ୍ଥା । ୫ଟି ପାର୍କିଂ ପ୍ଲେସରରେ ୨୫ ହଜାର ଗାଡ଼ି ରଖିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଓସିଏ ପକ୍ଷରୁ କୁହା ଯାଇଛି ।


ଗାଡ଼ି ପାର୍କିଂ ସହ ବାରବାଟୀ ଷ୍ଟାଡିୟମ୍ ପରିସରରେ ଦର୍ଶକଙ୍କୁ ଖାଦ୍ୟ ପାନୀୟ ବିକ୍ରି ଉପରେ ଓସିଏ ଆଲୋଚନା କରିଛି । ଉପଯୁକ୍ତ ମୂଲ୍ୟରେ ଖାଦ୍ୟ ପାନୀୟ ବିକ୍ରି ସହ ଖାଦ୍ୟର ମାନ ଉପରେ ନଜର ରଖିବାକୁ ୫ ଜଣ ଅଧିକାରୀଙ୍କ ଦାୟିତ୍ଵ ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟିକେଟ ନ ପାଇ ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖିବାକୁ ବଞ୍ଚିତ ହୋଇଥିବା କ୍ରିକେଟ୍ ପ୍ରେମୀଙ୍କ ଲାଗି ୩ଟି ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯାଉଛି । ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ କ୍ରୀଡ଼ାପ୍ରେମୀ ବଡ଼ ଏଲଇଡି ଜରିଆରେ ଭାରତ-ଇଂଲଣ୍ଡ ମ୍ୟ।ଚର ଭରପୂର ମଜ୍ଜା ନେଇ ପାରିବେ ।


ଆଜି କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସବୁ ନିଷ୍ପତ୍ତି ନିଆ ଯାଇଛି । କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ଵରନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କଟକ ଜିଲ୍ଲାପାଳ, କଟକ ଡିସିପି, ଅତିରିକ୍ତ ପୋଲିସ କମିଶନର ଓ ଓସିଏ ପଦାଧିକାରୀ ଯୋଗ ଦେଇଥିଲେ । ମ୍ୟାଚ୍ ସୁପରିଚାଳନା ସହ ପରିମଳ, ପିଇବା ପାଣି ଉପରେ ଆଲୋଚନା ହୋଇଥିଲା ।

Sponsored
Ind Vs Eng ODI, OCA Set Up 3 Fan Park In Balijatra Ground | Argus News