Videos
|
Odisha

୧୫ ଜିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ ମନ୍ତ୍ରୀ; କେନ୍ଦୁଝରରେ କେ.ଭି., କଟକରେ ପ୍ରଭାତୀ

Sushanta Sahoo
Browse all articles by Sushanta Sahoo
·11 months ago·1 min read
୧୫ ଜିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ ମନ୍ତ୍ରୀ; କେନ୍ଦୁଝରରେ କେ.ଭି., କଟକରେ ପ୍ରଭାତୀ

Key Points

ରାଜ୍ୟର ୧୫ ଜିଲ୍ଲାରେ ୧୫ ଜଣ ମନ୍ତ୍ରୀ ତ୍ରିରଙ୍ଗା ଉତ୍ତୋଳନ କରିବେ । କେନ୍ଦୁଝରରେ ଜାତୀୟ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ।

ଭୁବନେଶ୍ଵର: ୭୯ତମ ସ୍ୱାଧୀନତା ଦିବସ ଅବସରରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ତାଲିକା ପ୍ରକାଶ ପାଇଛି । ରାଜ୍ୟର ୧୫ ଜିଲ୍ଲାରେ ୧୫ ଜଣ ମନ୍ତ୍ରୀ ତ୍ରିରଙ୍ଗା ଉତ୍ତୋଳନ କରିବେ । କେନ୍ଦୁଝରରେ ଜାତୀୟ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ସେହିଭଳି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତ୍ରିରଙ୍ଗା ଉତ୍ତୋଳନ କରିବେ ।


ସମ୍ବଲପୁରରେ ମନ୍ତ୍ରୀ ସୁରେଶ ପୂଜାରୀ, ବଲାଙ୍ଗିରରେ ରବି ନାରାୟଣ ନାଏକ, କଳାହାଣ୍ଡିରେ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ପୃଥ୍ଵୀରାଜ ହରିଚନ୍ଦନ, ସୁନ୍ଦରଗଡ଼ରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୁଷଣ ଜେନା, ଭଦ୍ରକରେ କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁରରେ ଗଣେଶ ରାମ ସିଂ ଖୁଣ୍ଟିଆ ଜାତୀୟ ପତାକା ଉତ୍ତୋଳନ କରିବେ ।


ସେହିଭଳି ସୋନପୁରରେ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳରେ ପ୍ରଦୀପ ବଳ ସାମନ୍ତ, ରାୟଗଡ଼ାରେ ଗୋକୁଳାନନ୍ଦ ମଲ୍ଲିକ ଓ ମୟୂରଭଞ୍ଜରେ ସମ୍ପଦ ଚନ୍ଦ୍ର ସ୍ଵାଇଁ ତ୍ରିରଙ୍ଗା ଉତ୍ତୋଳନ କରିବେ । ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Independence Day: 15 Ministers to Hoist National Flag in 15 Odisha Districts | Argus News | Argus News