Independence Day / ସ୍ୱାଧୀନତା ଦିବସ ପାଇଁ ଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା, ସକାଳ ୯ଟାରେ ପତାକା ଉତ୍ତୋଳନ

Key Points
ଆଜି ସମଗ୍ର ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ । ଏହି ଜାତୀୟ ଉତ୍ସବ ଅବସରରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଦେଶ ଦେଶପ୍ରେମର ରଙ୍ଗରେ ରଙ୍ଗେଇ ହୋଇଯାଇଛି । ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଅମର ଶହୀଦମାନଙ୍କୁ ଆଜି ସାରା ଜାତି ମନେ ପକାଉଛି ।
ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ...ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି...କଟକରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ବମପତି...ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ...
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜଧାନୀ ଭୁବନେଶ୍ୱରର ଏହି ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।
ଚଳିତ ବର୍ଷ ପରେଡରେ ପୋଲିସ ପ୍ଲାଟୁନ, ସୁରକ୍ଷା ବଳ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫୧ଟି ଦଳ ଭାଗ ନେଉଛନ୍ତି । ଏଥର ପରେଡର ମୁଖ୍ୟ ଆକର୍ଷଣ ସାଜିବ ଛତିଶଗଡ଼ ପୋଲିସର ଏକ ବିଶେଷ ଟିମ୍ । ସ୍ୱାଧୀନତା ଦିବସ ପୂର୍ବରୁ ଗାନ୍ଧୀ ମାର୍ଗରେ ମାର୍ଚ୍ଚିଂ, ଡ୍ରିଲ୍ ଓ ଫର୍ମେସନ ସହ ସଫଳତାର ସହ ଫୁଲ୍ ଡ୍ରେସ୍ ରିହରସଲ ଶେଷ ହୋଇଛି ।
ଭିଆଇପି ଓ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଗାନ୍ଧୀ ମାର୍ଗକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ରକ୍ଷା ଉପରେ ନଜର ରଖିବା ପାଇଁ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ ଏବଂ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଜେ DGP ଉପସ୍ଥିତ ରହି ସୁରକ୍ଷା ଓ ପରେଡ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ସକାଳ ୮ ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଭାରୀ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହି ସମୟ ମଧ୍ୟରେ ପରେଡ୍ ଜୋନ୍କୁ କେବଳ ପଥଚାରୀ ଏବଂ ପାସ୍ ଧାରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି ।
ସେପଟେ ଐତିହାସିକ ଲାଲକିଲ୍ଲାରରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ପରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ପ୍ରଗତି, ସୁରକ୍ଷା ଏବଂ ଭବିଷ୍ୟତର ରୋଡମ୍ୟାପ୍ ବିଷୟରେ ଆଲୋଚନା ହୋଇଛି ।
ଚଳିତ ବର୍ଷର ସ୍ୱାଧୀନତା ଦିବସ ମୁଖ୍ୟତଃ 'ବନ୍ଦେ ମାତରମ୍ର ୧୫୦ ବର୍ଷ' ଏବଂ 'ବିକଶିତ ଭାରତ ପାଇଁ ଯୁବ ଶକ୍ତି @2047' ଉପରେ ପର୍ଯ୍ୟବସିତ । ଇତିହାସରେ ପ୍ରଥମ ଥର ପାଇଁ ଲାଲକିଲ୍ଲା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍' ଗାନ କରାଯାଉଛି, ଯାହାକି ଏହାର ୧୫୦ ବାର୍ଷିକୀର ସ୍ମୃତି ବହନ କରୁଛି ।
ଜାତୀୟ ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ନିର୍ମିତ ୧୦୫ ଏମ୍.ଏମ୍. ଲାଇଟ୍ ଫିଲ୍ଡ ଗନ୍ ଜରିଆରେ ସ୍ୱତନ୍ତ୍ର ଭାବେ ୨୧ ତୋପର ସଲାମୀ ଦିଆଯାଇଛି । ପତାକା ଉତ୍ତୋଳନ ପରେ ଭାରତୀୟ ବାୟୁସେନାର ଏମଆଇ-୧୭ (Mi-17) ହେଲିକାପ୍ଟର ମାଧ୍ୟମରେ ଉପସ୍ଥିତ ଜନତାଙ୍କୁ ପୁଷ୍ପବୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫ ହଜାର ସ୍ୱତନ୍ତ୍ର ଅତିଥି ଅଂଶଗ୍ରହଣ କରିଛନ୍ତି ।
📱 Get Argus News App
✨Related Topics
Explore more stories