Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୋଳ ବନଖଣ୍ଡକୁ ଆସିଲା ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

Rashmita Mishra
Browse all articles by Rashmita Mishra
·10 months ago·2 min read
ଅନୁଗୋଳ ବନଖଣ୍ଡକୁ ଆସିଲା ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’

Key Points

ଅନୁଗୋଳରେ ହାତୀ ଉପଦ୍ରବ ରୋକିବା ପାଇଁ ସରକାରଙ୍କ ଅଭିନବ ପଦକ୍ଷେପ । ଅନୁଗୋଳ ବନଖଣ୍ଡକୁ ଆସିଲା ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ ହାତୀ ସ୍ଥାନାନ୍ତର ପାଇଁ ହେବ ବ୍ୟବହାର

ଅନୁଗୋଳ ଜିଲ୍ଲାରେ ଥିବା ହାତୀ ଉପଦ୍ରବ ରୋକିବା ପାଇଁ ସରକାର ନେଇଛନ୍ତି ଅଭିନବ ପଦକ୍ଷେପ I ଅନୁଗୋଳ ବନଖଣ୍ଡକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଯାହା ଅନୁଗୋଳ ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ । ଝାଡ଼ଖଣ୍ଡର ଜାମସେଦପୁର ଠାରେ ସ୍ବତନ୍ତ୍ର ଭାବେ ଏହାର ନିର୍ମାଣ କରାଯାଇଛି । ମୁଖ୍ୟତଃ ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରପାତି ଏହି ଟ୍ରକରେ ଉପଲବ୍ଧ ।

ପୂର୍ବରୁ ଯେଭଳି ଟ୍ରକ୍‌ରେ ହାତୀଙ୍କୁ ନିଆଯାଉଥିଲା ସେଭଳି ସମସ୍ୟା ଆଉ ହେବ ନାହିଁ । ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍‌ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି।

ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି । ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ।


ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍‌ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
“Independent ‘Airavata’ Truck Arrives in Angul Forest Zone – Argus News” | Argus News