Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET exam ସ୍ଥଗିତ

Rashmita Mishra
Browse all articles by Rashmita Mishra
·12 months ago·2 min read
ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET exam ସ୍ଥଗିତ

Key Points

OTET ପରୀକ୍ଷା ବାତିଲ

ପ୍ରଶ୍ନପତ୍ର ଭାଇରାଲ ଘଟଣା ପରେ ଆଜି ହେବାକୁ ଥିଲା ସ୍ପେସିଆଲ OTET ପରୀକ୍ଷା ବାତିଲ ହୋଇଛି

୭୫ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ପରୀକ୍ଷା ଦେଇଥାନ୍ତେ।

ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ । ଆଜି ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ରହିଛି । ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ଆଜି ଦୁଇଟି ସିଟିଂରେ ପରୀକ୍ଷା ହୋଇଥାନ୍ତା । ସକାଳ ୯ ଟାରୁ ସାଢ଼େ ୧୧ ଟା ଯାଏ ପେପର-୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହୋଇଥାନ୍ତା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଇଥାନ୍ତେ ।

ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏହି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍‌ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍‌ରୁ ମୋବାଇଲ୍‌କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।

ତେବେ ପରୀକ୍ଷା ଆଗରୁ ଫେସ୍‌ବୁକ୍‌, ହ୍ଵାଟସ୍ ଆପ୍, ଇନ୍‌ଷ୍ଟାଗ୍ରାମ୍ ଆଦି ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେଉଁ ପରିସ୍ଥିତିରେ ଏବଂ କିଏ ଏପରି ଭାଇରାଲ କଲା ତାହାର କାରଣ ଅସ୍ପଷ୍ଟ ରହିଛି । ଭାଇରାଲ ହେଉଥିବା ପ୍ରଶ୍ନପତ୍ର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ବୋର୍ଡ କର୍ତ୍ତୃପକ୍ଷ ଉକ୍ତ ସ୍ବତନ୍ତ୍ର ଓଟିଇଟିକୁ ବାତିଲ୍ କରିଦେଇଛନ୍ତି । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟରାତ୍ରରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବୋର୍ଡ ଏହି ପରୀକ୍ଷା ବାତିଲ୍‌ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମାଧ୍ୟମିକ ଶିକ୍ଷା ପରିଷଦର ପରବର୍ତ୍ତୀ ପଦକ୍ଷେପ ପାଇଁ ଜରୁରୀ ବୈଠକ ଡାକିଲା ବୋର୍ଡ । ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ପରିଚାଳନା କମିଟିର ହେବ ବୈଠକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
independent-otet-exam-postponed-due-to-question-paper-leak | Argus News