Nijukti / ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଆସିଲା ସ୍ୱତନ୍ତ୍ର SOP

Key Points
ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ହେବ ରାଜ୍ୟର ସମସ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷା । ପୂର୍ବରୁ ପ୍ରଚଳିତ ବିଭିନ୍ନ ତ୍ରୁଟି ଯୁକ୍ତ ବ୍ୟବସ୍ଥାକୁ ହଟାଇ ତ୍ରୁଟି ମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ।
ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ହେବ ରାଜ୍ୟର ସମସ୍ତ ପ୍ରତିଯୋଗିତା ମୂଳକ ପରୀକ୍ଷା । ପୂର୍ବରୁ ପ୍ରଚଳିତ ବିଭିନ୍ନ ତ୍ରୁଟି ଯୁକ୍ତ ବ୍ୟବସ୍ଥାକୁ ହଟାଇ ତ୍ରୁଟି ମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସରକାର ଜାରି କଲେ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ।
ତ୍ରୁଟିମୁକ୍ତ ହେବ ପ୍ରତିଯୋଗିତା ମୂଳକ ପରୀକ୍ଷା । ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଆସିଲା ସ୍ୱତନ୍ତ୍ର SOP। ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ସ୍ଥାପନ କରିବେ ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ AI ଟୁଲ୍, OCAC, NIC ପାଖରେ ରହିବ CCTV କଣ୍ଟ୍ରୋଲ୍ । କଡ଼ା କଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି କଲା ସାଧାରଣ ପ୍ରଶାସନ ବିଭାଗ
୧ - ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ AI ଟୁଲ୍ ଓକାକ୍, NIC ପାଖରେ ରହିବ CCTV କଣ୍ଟ୍ରୋଲ୍
୨ - ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏଁ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ
୩ - ପରୀକ୍ଷା କେନ୍ଦ୍ରରେ AI ଟୁଲ୍ ର ବ୍ୟବହାର କରାଯିବ
4 - ପରୀକ୍ଷା କେନ୍ଦ୍ରର CCTV ଲାଇଭ ଷ୍ଟ୍ରିମିଂ କେଣ୍ଟ୍ରାଲ୍ OCAC କିମ୍ବା NIC ପାଖରେ ରହିବ
5 - ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ଵ ବିଦ୍ୟାଳୟରେ କରାଯିବ
6 - ପରୀକ୍ଷା ପରିଚାଳନା ସଂସ୍ଥାମାନେ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ
📱 Get Argus News App
✨7 - ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ
8 - ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ । ପରୀକ୍ଷା ପରିଚାଳନା ଦାୟିତ୍ଵ କୌଣସି ଏଜେନ୍ସି ଦ୍ବାରା କିମ୍ବା ଆଉଟସୋର୍ସିଂ ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର
9 - ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ବ୍ୟବସ୍ଥା କରାଯିବ
10 - ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ। ଫାଇନାଲ୍ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ପରୀକ୍ଷା ହଲକୁ ଆସିବା ଯାଏ ଜଣେ ବରିଷ୍ଠ OAS ଅଧିକାରୀ, ବରିଷ୍ଠ ପAଲିସ ଅଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀ ରହିବେ। ପୁଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ବ୍ୟାଙ୍କର ଅଧିକାରୀ ରହିବେ
11 - ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରଯିବ । ସେହିପରି ଅନ୍ଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍(ଏମ୍ଏଫ୍)କୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ ।
12 - ଅନ୍ଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ । ୱେବ୍ କ୍ୟାମ, ଇଣ୍ଟରନେଟ୍ ଆଦି ଟେକ୍ନିକାଲ ଉପକରଣ ବି ଯାଞ୍ଚ କରାଯିବ ।
ତେବେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ବିଭିନ୍ନ ନିଯୁକ୍ତି ସଂସ୍ଥା ପରୀକ୍ଷା ପରିଚାଳନା ପାଇଁ ଏମିତି ଭିନ୍ନ ଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି, ଯାହା ପ୍ରାୟତଃ ପ୍ରକ୍ରିୟାରେ ତ୍ରୁଟି ସମ୍ପର୍କରେ ଅଭିଯୋଗ ଆଣିଥାଏ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ଦେଢ଼ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ । ତେଣୁ ପରୀକ୍ଷାକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ଏଭଳି ଗାଇଡ ଲାଇନ ଆଣିଥିବା ଚର୍ଚ୍ଚା ହେଉଛି।
Related Topics
Explore more stories