Videos
|
Odisha

୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍ ଶକ୍ତି ହାସଲ କରିବା ଲକ୍ଷ୍ୟ

Smruti Parija
Browse all articles by Smruti Parija
·1 year ago·1 min read
୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍ ଶକ୍ତି ହାସଲ କରିବା ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍ ଶକ୍ତି (ପାୱାର) ଲକ୍ଷ୍ୟ ହାସଲ କରିବା । ସେହିପରି ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟର ପରବର୍ତ୍ତୀ ଲକ୍ଷ୍ୟ ହାସଲ କରିବା ଟାର୍ଗେଟ । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଇଛି । 

ଚିନ୍ତନ ଶିବିର କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ମନ୍ତ୍ରୀ ଶ୍ରିପଦ ୟିଶୋ ନାଏକ ଓ ଏମଏନଆରଇ ସଚିବ ପ୍ରଶାନ୍ତ କୁମାର ସିଂଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ଓଡ଼ିଶାରେ ମଧ୍ୟ ଅକ୍ଷୟ ଶକ୍ତିର ଭଣ୍ଡାର ରହିଛି। ଏହି ଚିନ୍ତନ ଶିବିରରେ ବିଶେଷଜ୍ଞ ମାନେ ଓଡ଼ିଶାର ଉର୍ଜାକୁ ନେଇ ଯେଉଁ ମତାମତ ଦେବେ ତାକୁ ନେଇ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । 

ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ କରୁଥିବା ଅଗ୍ରଣୀ ନିଷ୍ପତ୍ତି ଗ୍ରହଣକାରୀ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ଏକାଠି କରିବା । ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟଗତ ଅଧିବେଶନ ମାଧ୍ୟମରେ ଏହି କ୍ଷେତ୍ରର ପ୍ରମୁଖ ଏବଂ ଉଦୀୟମାନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India aims to achieve 500 GW of power by 2030 | Argus News