ସାଧାରଣତନ୍ତ୍ର ଦିବସ; ପରେଡ଼ରେ ସାମିଲ ହେବେ 43ଟି କଣ୍ଟିଜେଣ୍ଟ

Key Points
ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସବୁଠି ଉତ୍ସାହର ମାହୋଲ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସବୁଠି ଉତ୍ସାହର ମାହୋଲ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଏଥର ପରେଡ଼ରେ 43ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ଲାଗି ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି ।
ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, SOG କମାଣ୍ଡୋ, ଓଡ଼ିଶା ଆକ୍ସନ ଫୋର୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଓଡିଶା ଡିଜାଷ୍ଟର ଫୋର୍ସ, ଆର୍ମଡ଼ ପୋଲିସ ରିଜର୍ଭ, ହୋମ ଗାର୍ଡ, NCC ଉଭୟ ଜଳ, ସ୍ଥଳ ଓ ବାୟୁ ସେନା , ସୈନିକ ସ୍କୁଲ ବ୍ୟାଣ୍ଡ, କ୍ୟାପିଟାଲ ହାଇସ୍କୁଲ କଣ୍ଟିଜେଣ୍ଟ ପ୍ରମୁଖ ପରେଡରେ ସାମିଲ ହୋଇଛନ୍ତି ।
📱 Get Argus News App
✨୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସର ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ, ଆଜିର ଏହି ପବିତ୍ର ଦିନରେ 'ବିକଶିତ ଭାରତ, ବିକଶିତ ଓଡ଼ିଶା' ନିର୍ମାଣ ପାଇଁ ସମସ୍ତେ ଶପଥ ନେବା ।
ସେହିପରି ରାଜ୍ୟପାଳ ଡଃ ହରିବାବୁ ଖମ୍ଭମପତି ମଧ୍ୟ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।