Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଶକ୍ତିର ଉତ୍ସବ ମନାଉଛି ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଶକ୍ତିର ଉତ୍ସବ ମନାଉଛି ଭାରତ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ଶକ୍ତିର ଉତ୍ସବ ମନାଉଛି ଭାରତ । ମହିଳାଙ୍କୁ ନିଜ ଅଧିକାର ପ୍ରତି ସଚେତନ କରିବାକୁ ଉତ୍ସାହର ସହ ପାଳିତ ହେଉଛି ମହିଳା ଦିବସ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମହିଳା ଦିବସରେ ଆୟୋଜିତ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ନାରୀ ସମାଜକୁ ଦିଆଯାଇଛି ସତେତନତାର ସନ୍ଦେଶ । ହସ୍ତତନ୍ତ ଶାଢୀ ପିନ୍ଧି 500 ଶହରୁ ଅଧିକ ମହିଳା ମାଷ୍ଟର କ୍ୟାଣ୍ଟିନରୁ ବିଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ ହସ୍ପଟାଲ ପକ୍ଷରୁ ବ୍ରେଷ୍ଟ କ୍ୟାନସରକୁ ନେଇ ଦିଆଯାଇଛି ସଚେତନତାର ବାର୍ତ୍ତା । କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କୁ ଉତ୍ସାହିତ କରିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ହାଇଟେକ ହସ୍ପଟାଲ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ପୂର୍ଣ୍ଣା ସଚତନତା କାର୍ଯ୍ୟକ୍ରମ ।

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀରେ ଆୟୋଜିତ ହୋଇଛି ଓମେନ ଟ୍ୟାଲେଣ୍ଟ ସର୍ଚ୍ଚ । ପ୍ରତିଯୋଗିତା ମାଧ୍ୟମରେ ନାରୀଙ୍କ ମନୋବଳ ବୃଦ୍ଧି କରିବାକୁ ଅର୍ପଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରାଯାଇଛି ପ୍ରଶଂସନୀୟ ଉଦ୍ୟମ । ସେହପରି କଟକ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ, ସତ୍ୟଭାମାପୁରରେ ହେ ବନ୍ଧୁ ବୁଦ୍ଧାଶ୍ରମ ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଅନ୍ତର୍ଜାତିକ ମହିଳା ଦିବସରେ ନୀରୀ ଶକ୍ତିକୁ ନମନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୁଜରାଟର ନବସାରୀ ଜିଲ୍ଲାରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ସାମିଲ ହୋଇ ୫ ଜଣ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି ମୋଦି । କାର୍ଯ୍ୟକ୍ରମରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ କେବଳ ମହିଳା ସୁରକ୍ଷାକର୍ମୀ । ନାରୀଙ୍କ ପାଇଁ ସମର୍ପିତ ଦିନରେ ଓଡ଼ିଶାର ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କ ସମେତ 7 ଜଣ ମହିଳାଙ୍କୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମର୍ପିତ କରିଥିଲେ ମୋଦି । ଦେଶର ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରକୁ ଆସିବା ଲାଗି ଆହ୍ୱାନ ଦେଇଛନ୍ତି ପିଏମ ମୋଦି ।

ଚଳିତବର୍ଷ ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ ଅଧିକାର-ସମାନତା ଓ ସଶକ୍ତିକରଣ ଥିମରେ ପାଳିତ ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ପ୍ରତ୍ୟେକ ମହିଳାଙ୍କୁ ସମାନ ଅଧିକାର, ଶକ୍ତି ଏବଂ ସୁଯୋଗ ପ୍ରଦାନ କରିବାକୁ ଦିଆଯାଇଛି ବାର୍ତ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-celebrates-womens-power-on-international-womens-day | Argus News