Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରମ୍ଫଙ୍କ ବେ ଲଗାମ୍ ଟାରିଫ୍ ଉପରେ ଲଗାମ୍ ଲଗାଇବାକୁ ନୂଆ ରଣନୀତି ହେଉଛି ପ୍ରସ୍ତୁତ

Smruti Parija
Browse all articles by Smruti Parija
·11 months ago·2 min read
ଟ୍ରମ୍ଫଙ୍କ ବେ ଲଗାମ୍ ଟାରିଫ୍ ଉପରେ ଲଗାମ୍ ଲଗାଇବାକୁ ନୂଆ ରଣନୀତି ହେଉଛି ପ୍ରସ୍ତୁତ

Key Points

ଏକାଠି ହେଉଛନ୍ତି ବ୍ରିକ୍ସ ଶକ୍ତି
ଟ୍ରମ୍ପଙ୍କ ସାମ୍ରାଜ୍ୟକୁ ବଡ ଚ୍ୟାଲେଞ୍ଜ
ସୁଧୁରୁଛି ସମ୍ପର୍କ...କମୁଛି ତିକ୍ତତା
ଭାରତ ଓ ଚୀନ ସମ୍ପର୍କର ନୂଆ ଅଧ୍ୟାୟ

ଟ୍ରମ୍ଫଙ୍କ ଟାରିଫ୍ ଧମକ ବିରୋଧରେ ଏକାଠି ବ୍ରିକ୍ସ ସମୂହ । ଟ୍ରମ୍ଫଙ୍କ ବେ ଲଗାମ୍ ଟାରିଫ୍ ଉପରେ ଲଗାମ୍ ଲଗାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ଭାରତ, ଚୀନ, ରୁଷ, ବ୍ରାଜିଲ । ବ୍ରିକ୍ସ ଦେଶଗୁଡ଼ିକ ଆମେରିକୀୟ ଡଲାରର ଆଧିପତ୍ୟକୁ ହ୍ରାସ କରିବାକୁ ଆରମ୍ଭ ହୋଇଛି ଯୋଜନା । ଯାହା ଅଗଷ୍ଟ ୩୧ରୁ ଚୀନରେ ତିଆନଜିନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ନେବ ପୁରା ରୂପ । ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଟ୍ରମ୍ପଙ୍କ ସହ ସିଧାସିଧା ଆଲୋଚନାକୁ ପ୍ରତ୍ୟାଖ୍ୟାନ କରି ବ୍ରିକ୍ସରେ ମିଳିତ ପ୍ରତିକ୍ରିୟା ପାଇଁ ଆହ୍ୱାନ ଦେଇଛନ୍ତି।


ରୁଷିଆ ଟ୍ରମ୍ପଙ୍କ ୧୦୦% ଟାରିଫ ଧମକକୁ ପୂର୍ବରୁ ଅବୈଧ ବୋଲି ଖାରଜ କରିଛି । ଟ୍ରମ୍ପଙ୍କ ୫୦% ଜରିମାନା ସତ୍ତ୍ୱେ ରୁଷ ଠାରୁ ଭାରତ ତୈଳ ଆମଦାନୀ ଜାରି ରଖିଛି । ନିକଟରେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ମୋଦୀ ଓ ଶି ଜିନପିଙ୍ଗଙ୍କ ସହ ଫୋନରେ ଆଲୋଚନା କରି ବ୍ରିକ୍ସ ଏକତାକୁ ମଜବୁତ କରୁଛନ୍ତି । ଗୋଟିଏ ପଟେ ଚୀନ୍ ବୈଦେଶିକ ମନ୍ତ୍ରୀ ଭାରତ ଆସିବାକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଅଗଷ୍ଟ ୨୧ରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମସ୍କୋରେ ରୁଷର ଲାଭରୋଭଙ୍କୁ ଭେଟିବେ ।


ଟ୍ରମ୍ଫ ଙ୍କ ଟାରିଫ୍ ଆଟାକ୍ ଜାରୀ ରହିଥିବା ବେଳେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ନୂଆ ଦିଗକୁ ମୁହାଁଇଛି । ୨୦୨୪ ଅକ୍ଟୋବରରେ ରୁଷିଆର କାଜାନଠାରେ ୧୬ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ସାକ୍ଷାତ କରି ଲଦାଖରେ ପେଟ୍ରୋଲିଂ ଚୁକ୍ତିକୁ ସ୍ୱାଗତ କରିଥିଲେ । ପୁଣିଥରେ ପ୍ରାୟ ୧୦ ମାସ ପରେ ଚୀନର ତିଆନଜିନ୍‌ରେ ଏସସିଓ ସମ୍ମିଳନୀରେ ଉଭୟ ନେତା ପୁନର୍ବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହାରି ଭିତରେ ଭାରତ ଓ ଚୀନ ଏଲଏସିରେ ଡେପସାଙ୍ଗ ପ୍ଲେନ୍ସ ଓ ଡେମଚୋକରେ ପେଟ୍ରୋଲିଂ ପୁଣି ଆରମ୍ଭ କରିବାକୁ ରାଜି ହୋଇଛନ୍ତି । ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟୀ ଏହି ମାସରେ ଦିଲ୍ଲୀ ଆସି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍‌ ସ୍ତରୀୟ ସୀମା ଆଲୋଚନା କରିବେ । ଏହା ସୀମା ଶାନ୍ତି ଓ ସ୍ଥିରତା ପାଇଁ ହେବ ଏକ ବଡ଼ ପଦକ୍ଷେପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ୫ ବର୍ଷ ପରେ ଭାରତ-ଚୀନ ପର୍ଯ୍ୟଟକ ଭିସା ପୁଣି ଆରମ୍ଭ ହୋଇ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ସୁଧାରିଛି । ତିନି ବର୍ଷ ପରେ ଭାରତୀୟ ଡିଜେଲ କାର୍ଗୋ ଚୀନକୁ ପଠାଯାଇଛି, ଯାହା ବାଣିଜ୍ୟ ପୁନରୁଦ୍ଧାରକୁ ଦର୍ଶାଇଛି ଏବଂ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବା ସାଂସ୍କୃତିକ ସମ୍ପର୍କକୁ ଦୃଢ଼ କରୁଛି।


ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକ ବିରୁଦ୍ଧରେ ବ୍ରିକ୍ସ ଦେଶ ଭାରତ, ଚୀନ, ରୁଷ, ବ୍ରାଜିଲ, ଏକଜୁଟ ହେଉଛନ୍ତି । ଟ୍ରମ୍ଫଙ୍କ ବେ ଲଗାମ୍ ଟାରିଫ୍ ଉପରେ ଲଗାମ୍ ଲଗାଇବାକୁ ବ୍ରିକ୍ସ ଦେଶଗୁଡ଼ିକ ଆମେରିକୀୟ ଡଲାରର ଆଧିପତ୍ୟକୁ ହ୍ରାସ କରିବାକୁ ନୂଆ ରଣନୀତି ପ୍ରସ୍ଥୁତ କରୁଛନ୍ତି । ବ୍ରାଜିଲ, ରୁଷିଆ ଓ ଅନ୍ୟ ବ୍ରିକ୍ସ ସଦସ୍ୟଙ୍କ ସହ ମିଳିତ ଶକ୍ତିରେ ବ୍ରିକ୍ସ ବିଶ୍ୱର ୩୫.୬% ଜିଡିପି ନେଇ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରୁଛି । ତିଆନଜିନ୍‌ ଏସସିଓ ସମ୍ମିଳନୀ ଓ ୨୦୨୬ ବ୍ରିକ୍ସ ଅଧ୍ୟକ୍ଷତା ଭାରତକୁ ଏକ ନୂଆ ନେତୃତ୍ୱ ଦେବ । ଏହି ଏକତା ଟ୍ରମ୍ପଙ୍କ ଏକତରଫା ନୀତିକୁ ଅସଫଳ କରି ବିଶ୍ୱକୁ ଏକ ନ୍ୟାୟପୂର୍ଣ୍ଣ ବାଣିଜ୍ୟ ଭବିଷ୍ୟତ ଦେଖାଉଛି । ଟ୍ରମ୍ପଙ୍କ ଟାରିଫ ପେ ଟାରିଫ୍ ଭାରତ ଓ ଚୀନକୁ ଆହୁରି ନିକଟତର କରିଛି, ଆଉ ବ୍ରିକ୍ସ ଦେଶଗୁଡ଼ିକୁ ଏକଜୁଟ କରି ଏକ ନୂଆ ବିଶ୍ୱ ବ୍ୟବସ୍ଥାର ପଥ ପ୍ରସ୍ତୁତ କରୁଛି ।

Sponsored
india-china-russia-brazil-are-preparing-a-new-strategy-to-rein-in-trumps-unbridled-tariffs | Argus News