Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଟ୍ ପାଇଁ ବଦନାମ ହେଲା ଭାରତ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ କାଠଗଡ଼ାରେ କିଟ୍

Odisha

କିଟ୍ ପାଇଁ ବଦନାମ ହେଲା ଭାରତ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ କାଠଗଡ଼ାରେ କିଟ୍

Ritu Das
Browse all articles by Ritu Das
·1 year ago·2 min read
କିଟ୍ ପାଇଁ ବଦନାମ ହେଲା ଭାରତ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ କାଠଗଡ଼ାରେ କିଟ୍

ବଡ଼ ଘରୋଇ ବିଶ୍ବବିଦ୍ୟାଳୟ । ଯେଉଁଠି ପଢୁଛନ୍ତି 62ଟି ଦେଶର ଛାତ୍ରଛାତ୍ରୀ। କିନ୍ତୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଖୋଲିଦେଇଛି ଭୁବନେଶ୍ବରରେ ଥିବା କିଟ୍ ବିଶ୍ବବିଦ୍ୟାଳୟର କୁତ୍ସିତ ଚେହେରା। ଘଟଣା ଚପାଇ ଦେବାକୁ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ ବିଶ୍ବବିଦ୍ୟାଳୟର ବ୍ୟବହାର ଲଂଘିଯାଇଛି ସବୁ ସୀମା। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି ଭାରତ। ଘଟଣା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିବାବେଳେ କିଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି।


କିଟରେ ମାନବାଧିକାର ଉଲ୍ଲଂଘନ ଭଳି ହୋଇଛି ସାଂଘାତିକ ଅଭିଯୋଗ । ଘଟଣା ଅନୁସାରେ ବିଟେକ୍ ପଢୁଥିବା ଜଣେ ନେପାଳୀ ଛାତ୍ରୀ ଗତ ରବିବାର କିଟ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହୋଇଥିଲା ସନ୍ଦେହ ଜନକ ମୃତ୍ୟୁ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାକୁ ଆତ୍ମହତ୍ୟାର ରୂପ ଦିଆଯିବାକୁ ଉଦ୍ୟମ କରାଯାଉଥିବାବେଳେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ଏତିକି ବେଳେ ଆକ୍ସନକୁ ଆସିଲେ କିଟର କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରିବର୍ତ୍ତେ ସିକ୍ୟୁରିଟି ଗାର୍ଡ ଲଗାଇ ସେମାନଙ୍କୁ ମାଡ଼ ମରାଗଲା । ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ସାଇନ୍ - ଏ- ଡାଏ କରାଗଲା। ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦେଲେ ହଷ୍ଟେଲ୍ ଦାୟିତ୍ବରେ ଥିବା ମହିଳା କର୍ମଚାରୀ। ନେପାଳକୁ ଲଜ୍ଜିତ ଓ ଅପମାନିତ କଲାଭଳି ବୟାନ ଦେଲେ। ଜବରଦସ୍ତି ବସରେ ବସାଇ ନେପାଳୀ ଛାତ୍ରଛାତ୍ରୀଙ୍କୁ ରେଳ ଷ୍ଟେସନରେ ଛାଡ଼ି ଦିଆଗଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ପଡ଼ୋଶୀ ଦେଶ ସହ ଆମ ଦେଶର ରହିଛି ହଜାର ହଜାର ବର୍ଷର ସାଂସ୍କୃତିକ ସମ୍ପର୍କ ତାକୁ ପାଣିରେ ପକାଇଦେଲା କିଟ୍ ବିଶ୍ବବିଦ୍ୟାଳୟ । ଘଟଣା ବଢ଼ିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଚିନ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ। ଭାରତକୁ ବଦନାମ କଲା କିଟ୍ ବିଶ୍ବବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପମାନ ନେଇ କ୍ଷୁବ୍ଧ ହୋଇଛନ୍ତି ଭାରତ ସରକାର । କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପରେ ବଢ଼ିଛି ଚାପ । କୁହାଯାଉଛି ଅଚ୍ୟୁତଙ୍କ ବିରୋଧରେ ହୋଇପାରେ ବଡ଼ ଆକ୍ସନ।


ମାମଲା ବଢ଼ିବା ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି । ଉପର ଠାଉରିଆ ଭାବେ ୨ ଜଣ ହଷ୍ଟେଲ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । କିନ୍ତୁ ବଢ଼ିବାରେ ଲାଗିଛି କିଟର ଅଡୁଆ । ନେପାଳ ସଂସଦରେ ଉଠିଛି ଏହି ପ୍ରସଙ୍ଗ। ଏପଟେ ଛାତ୍ରଛାତ୍ରୀମାନେ ଆଜି ବି ବିଶ୍ବବିଦ୍ୟାଳୟରେ ଧାରଣା ଦେଇଛନ୍ତି । ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ ଦାଶ। ଡିସିପିଙ୍କୁ ଭେଟି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଦାବି ପତ୍ର ଦେଇଛନ୍ତି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ ସଦସ୍ୟ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା। କିଟ୍ କ୍ୟାମ୍ପସରେ ତାଲା ପକାଇବାକୁ ଧମକ ଦେଇଛି ।

Sponsored
India defamed for KIIT: Demand grows for Achyut Samanta's arrest | Argus News