ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ଡେ ମ୍ୟାଚ୍

କଟକ: ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ । ଭାରତ-ଇଂଲଣ୍ଡ ସିରିଜର ଦ୍ଵିତୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିଅମରେ ଖେଳାଯିବ । ଏହି ମ୍ୟାଚ 2025 ଫେବୃଆରୀ 9 ତାରିଖରେ ଖେଳାଯିବ । ପୁଣିଥରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚକୁ ନେଇ ଉତ୍ସାହିତ ଓଡ଼ିଆ ଦର୍ଶକ । ଓସିଏ ପକ୍ଷରୁ ମ୍ୟାଟ ପରିଚାଳନା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।
ସୂଚନାନୁଯାୟୀ, ଆସନ୍ତା ବର୍ଷ ଜାନୁଆରୀ 22 ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ ।
ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବାକୁ ଥିବାବେଳେ
ଦ୍ୱିତୀୟ ଟି-୨୦ କୋଲକାତା
ତୃତୀୟ ଟି-୨୦ ମ୍ୟାଚ୍ ରାଜକୋଟ
📱 Get Argus News App
✨ଚତୁର୍ଥ ଟି-୨୦ ମ୍ୟାଚ୍ ପୁଣେ
ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ ।
ଏହାପରେ ଫେବ୍ରୁଆରୀ ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।
ଆହୁରି ପଢନ୍ତୁ ଖେଳ ଖବର...