Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟୀ ପାଇବ ନୂଆ ଲୁକ୍ , ଆମେରିକାରୁ ଆସିଛି ସ୍ୱତନ୍ତ୍ର ମେସିନ

Smruti Parija
Browse all articles by Smruti Parija
·1 year ago·2 min read
ବାରବାଟୀ ପାଇବ ନୂଆ ଲୁକ୍ , ଆମେରିକାରୁ ଆସିଛି ସ୍ୱତନ୍ତ୍ର ମେସିନ

Key Points

ଆସନ୍ତା ୯ ତାରିଖରେ ହେବ ବାରବାଟୀରେ ମହାମୁକାବିଲା ।

ଭାରତ ଇଂଲଣ୍ଡ ଦିନିକିଆ ପାଇଁ ଓସିଏର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲାଣି ।

କଟକ: ଆସନ୍ତା ୯ ତାରିଖରେ ହେବ ବାରବାଟୀରେ ମହାମୁକାବିଲା । ଭାରତ ଇଂଲଣ୍ଡ ଦିନିକିଆ ପାଇଁ ଓସିଏର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲାଣି । ସେପଟେ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଡିଷ୍ଟ୍ରିକ୍ଟ ଇଭେଣ୍ଟ ୱେବସାଇଟ ଏବଂ ଜୋମାଟୋ ଆପ ଜରିଆରେ ଟିକଟ ବିକ୍ରୀ କରାଯାଇଛି । ଅନଲାଇନ ଜରିଆରେ ଟିକଟ କିଣିଥିବା ଦର୍ଶକ ଆସନ୍ତା ୭,୮,୯ ତାରିଖରେ କଟକ କ୍ୟାମ୍ରିଜ ସ୍କୁଲ କାଉଣ୍ଟର ଏବଂ ଭୁବନେଶ୍ବରର କିଟ କାଉଣ୍ଟରରୁ ରିଡମ୍ପସନ ଟିକଟ ନେଇପାରିବେ ।


ତେବେ ମାତ୍ର କେଇ ଘଣ୍ଟାରେ ଟିକଟ ଶେଷ ହୋଇଯାଇଥିବା ବେଳେ ଘଣ୍ଟା ଘଣ୍ଟା ଧରି ସାଇଟ ନଖୋଲିବାରୁ ବହୁ ଦର୍ଶକ ଅପେକ୍ଷା କରି ଟିକଟ ନପାଇ ନିରାଶ ହୋଇଛନ୍ତି । ବାରବାଟୀରେ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ମୋଟ ୪୫ ହଜାର ହୋଇଥିବା ବେଳେ ପାଖାପାଖି ୨୪ ହଜାର ଟିକେଟ ବିକ୍ରି କରାଯାଉଥିବା ଓସିଏ କହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଥିମଧ୍ୟରୁ ୪ ହଜାର ଅନଲାଇନରେ‌, ଆସନ୍ତା 3 ଓ 4 ତାରିଖ ଦିନ ଓସିଏ ଅନୁବନ୍ଧିତ ସଂଗଠନ ସ୍କୁଲ ,କଲେଜ,କ୍ଲବ ଜିଲ୍ଲା ଗୁଡ଼ିକୁ ୮ ହଜାର ଏବଂ ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟଟରରେ ୧୨ ହଜାର ଟିକେଟ ବିକ୍ରି କରାଯିବ । ସେପଟେ ଭାରତ ଇଂଲଣ୍ଡ ଦିନିକିଆ ପାଇଁ ଓସିଏର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଲାଣି । ମ୍ୟାଚକୁ ଆଉ ଦିନ କେଇଟା ବାକିଥିବାବେଳେ ପଡିଆ ପ୍ରସ୍ତୁତିକୁ ଯୋରଦାର କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ । ଅଷ୍ଟ୍ରେଲିଆରୁ ସାର ଆଉ ଗ୍ରାଉଣ୍ଡକୁ ନୁଆ ରୂପ ଦେବାପାଇଁ ଆମେରିକାରୁ ଆସିଛି ସ୍ୱତନ୍ତ୍ର ମେସିନ ।


ଯାହାଦ୍ୱାରା ବାରବାଟୀ ପାଇବ ନୂଆ ଲୁକ୍ । ଚଳିତ ମ୍ୟାଚ ପାଇଁ ବାରବାଟୀର ଗ୍ରାଉଣ୍ଡକୁ ଚେସବୋର୍ଡର ରୂପ ଦେବା ପାଇଁ ନିଷ୍ପତ୍ତି ହୋଇଛି ଏବଂ ସେଥିପାଇଁ ଖାସ ଏହି ଶୈଳିରେ ପଡିଆରୁ ଘାସ କାଟିବା ପାଇଁ ଆମେରିକାରୁ କିଣା ହୋଇଛି ଏକ ସ୍ବତନ୍ତ୍ର ମେସିନ । ପାଖାପାଖି ୮୦ ଲକ୍ଷ ଟଙ୍କା ବ୍ୟୟରେ ଓସିଏ ଏହି ମେସିନ କିଣିଛି । ଏହି ମେସିନ୍ ଜରିଆରେ ଘାସ କଟା ଆରମ୍ଭ ହେବା ସହ ଚେସ ବୋର୍ଡ ଆକୃତିର ପଡିଆ ତିଆରି ଆରମ୍ଭ ହୋଇଛି । ଅନ୍ୟପଟେ ଗ୍ୟାଲେରୀ, ପ୍ୟାଭେଲିୟନ, କର୍ପୋରେଟ ବକ୍ସ ଆଦି ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି ।

Sponsored
india-england-one-day-match-to-be-held-on-february-09 | Argus News