|
logo
Live

Argus News - ରାଜ୍ୟବାସୀଙ୍କ ପାଇଁ ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଭେଟି

Odisha

ରାଜ୍ୟବାସୀଙ୍କ ପାଇଁ ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଭେଟି

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟବାସୀଙ୍କ ପାଇଁ ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଭେଟି

ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ  ରାଜ୍ୟବାସୀଙ୍କୁ ପୁଣି ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି  ।  ବ୍ରହ୍ମପୁରରୁ ଟାଟାନଗର,  ରାଉରକେଲାରୁ -ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏଥିପାଇଁ  ଟ୍ରାଏଲ ରନ ବି ସରିଛି । ବ୍ରହ୍ମପୁରରୁ ବାହାରି ଟ୍ରେନ ବାଲୁଗାଁ - ଖୋର୍ଦ୍ଦା ରୋଡ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଁଞ୍ଚିବ.. ମାତ୍ର 8ରୁ 9 ଘଣ୍ଟା ମଧ୍ୟରେ 586 କିଲୋମିଟର ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ସପ୍ଜାହରେ 6 ଦିନ ଏହି ଟ୍ରେନ ଚାଲିବ.. ଟାଟାନଗରରେ  ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନର ଶୁଭ ଉଦଘାଟନ କରିବେ .. ବ୍ରହ୍ମପୁରରେ ଉଘାଟନ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବରିଷ୍ଠ ଅଧିକାରୀ  ଓ  ବ୍ରହ୍ମୁପର ସାଂସଦ  ଷ୍ଟେସନରେ ପ୍ରସ୍ତୁତିର  ତଦାରଖ କରିଛନ୍ତି

ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର  ଖଡ଼ଗପୁର,   ହୋଇ ହାୱଡାରେ ପହଞ୍ଚିବ । ମାତ୍ର 4-5 ଘଣ୍ଟାରେ ଶେଷ ହେବ ଏହି ଯାତ୍ରା। ବନ୍ଦେ ଭାରତ ଟ୍ରେନକୁ ନେଇ ନୂଆପଡ଼ା ଜିଲ୍ଲାରେ ବି  ଲୋକଙ୍କ ଭିତରେ ବେଶ ଉତ୍ସାହ ।  ବିଶାଖାପାଟଣମ-ରାୟପୁର ବନ୍ଦେ ଭାରତ ଏକ୍ସପ୍ରେସ ବିଶାଖାପାଟଣାରୁ  ବାହାରି -ବିଜୟନଗରମ-ରାୟଗଡା-କେସିଙ୍ଗା-ଟିଟିଲାଗଡ- କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ- ବାଟ ଦେଇ ରାୟପୁର ରେ ପହଁଞ୍ଚିବ । ଟିଟିଲାଗଡଦେଇ ଟ୍ରେନ ଯାଉଥିବାରୁ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆସନ୍ତା କାଲି  ପ୍ରଧାନମନ୍ତ୍ରୀ ଦେଶରେ 10ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।   ଏଥିରେ ଓଡିଶା ପାଇଁ  3ଟି ଟ୍ରେନ ଥିବା ବେଳେ ବନ୍ଦେ ଭାରତରେ ଓଡିଶାରେ ଚାଲିବ ସମୁଦାୟ 6ଟି ଟ୍ରେନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ରାଜ୍ୟବାସୀଙ୍କ ପାଇଁ ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଭେଟି | Argus News