Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତେଲକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ତେଲର ଅଭାବ ନାହିଁ ଗୁଜବ ଠାରୁ ଦୂରରେ ରୁହନ୍ତୁ

Odisha

Fuel Update / ତେଲକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ତେଲର ଅଭାବ ନାହିଁ ଗୁଜବ ଠାରୁ ଦୂରରେ ରୁହନ୍ତୁ

Rashmita Mishra
Browse all articles by Rashmita Mishra
·1 month ago·2 min read
 ତେଲକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ତେଲର ଅଭାବ ନାହିଁ  ଗୁଜବ ଠାରୁ ଦୂରରେ ରୁହନ୍ତୁ
Fuel Update

Key Points

ଜମା ଚିନ୍ତା କରନି ପ୍ରଚୁର ତେଲ ଅଛି ।
ତେଲର ଅଭାବ ନାହିଁ ଗୁଜବ ଠାରୁ ଦୂରରେ ରୁହନ୍ତୁ: ମନ୍ତ୍ରୀ । 

ରାଜ୍ୟରେ ତେଲର ଅଭାବ ହେବନି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେଲର ଅଭାବକୁ ନେଇ ଗୁଜବ ସୃଷ୍ଟି ହେଉଛି, ଗୁଜବଠୁ ଦୂରରେ ରୁହନ୍ତୁ। ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ୍‌ ଅଛି। ରୁଷିଆରୁ ପ୍ରଚୁର ପରିମାଣର ତେଲ ଏବେ ଆସୁଛି। ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁନି କି ଘରେ ମହଜୁଦ ରଖନ୍ତୁନି। ସରକାର ଜାରି କରୁଥିବା ତଥ୍ୟ ଉପରେ କେବଳ ବିଶ୍ବାସ କରନ୍ତୁ। କଳାବଜାରୀ ଉପରେ ନଜର ରଖାଯାଇଛି, ଦରକାର ପଡ଼ିଲେ ଆକ୍ସନ ।

ସେପଟେ ଶନିବାର ମାଲକାନଗିରିର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ ଦେଖାଦେଇଛି । କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ । ଗାଡି ଟାଙ୍କି ଫୁଲ କରିବା ସହ ବ୍ୟାରେଲ ବୋହି ନେଉଛନ୍ତି ।

କିନ୍ତୁ ବାସ୍ତବ କଥା ହେଲା ମାଲକାନଗିରି ଜିଲ୍ଲାରେ ନାହିଁ ପେଟ୍ରୋଲ ସମସ୍ୟା। ତିନି ଦିନ ଛୁଟି ଯୋଗୁଁ ଜିଲ୍ଲାକୁ ଆସିପାରିନାହିଁ ପେଟ୍ରୋଲ। ଆସନ୍ତା କାଲି ଜିଲ୍ଲାରେ ରହିଥିବ ପ୍ରଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ର ଅଭାବ ରହିଥିବା କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଏବେ ପମ୍ପ କର୍ମଚାରୀ ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଗକୁ ଆହୁରି ବଢିବ ଗ୍ୟାସ ଦର,ଯେତିକି ଗ୍ୟାସ ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ

ତିନି ଦିନ ଧରି ହୋଲି ଓ ବିଭିନ୍ନ ଛୁଟି ପାଇଁ ପେଟ୍ରୋଲ ଓ ଡିଜେଲ ଗାଡି ଲୋଡ଼ ହୋଇପରନଥିଲା ତେଣୁ ଏବେ ମାଲକାନଗିରି ଜିଲ୍ଲା କୁ ପହଂଚିପରିନଥିଲା । ଯାହାଫଳରେ ଜିଲ୍ଲାର ଅଧିକାଂଶ ପମ୍ପ ରେ ପେଟ୍ରୋଲ ଓ ଡିଜେଲ ର ଅଭାବ ଦେଲହାଦେଇଥିଲା । କିନ୍ତୁ ଏହାକୁ ନେଇ କିଛି ଗଣମାଧ୍ୟମ ରେ ମଧ୍ୟ ପ୍ରାଚ ରେ ଯୁଦ୍ଧ ପାଇଁ ପେଟ୍ରୋଲ ଓ ଡିଜେଲ ଅଭାବ ବୋଲି ପ୍ରକାଶ ପାଇଛି ଯାହା ସମ୍ପୂର୍ଣ୍ଣ ଗୁଜବ ବୋଲି ପ୍ରମାଣିତ ହୋଇଛି । ଛୁଟି ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଥିବା ବେଳେ ଗୁଜ୍ଜଵ ଠାରୁ ଦୂରରେ ରହିବାକୁ ପମ୍ପ କର୍ମଚାରୀ କହିଛନ୍ତି ।

ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଶେଷ ହୋଇଯିବା କେବଳ ଏକ ଗୁଜବ। ଗୁଜବ ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ପମ୍ପରେ ଭିଡ଼ ଜମାଉଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି ଏବଂ କୌଣସି ଅଭାବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ବିଭିନ୍ନ ତୈଳ କମ୍ପାନୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel Update | No Shortage of Fuel, Stay away from Rumours: Minister assures | Argus News