Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ-ପାକିସ୍ତାନ ଯୁଦ୍ଧ: ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

Odisha

ଭାରତ-ପାକିସ୍ତାନ ଯୁଦ୍ଧ: ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତ-ପାକିସ୍ତାନ ଯୁଦ୍ଧ: ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟି ରଖି ପାରାଦୀପ ବନ୍ଦରରେ ସୁରକ୍ଷାକୁ କଡ଼ାକଡି କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ବନ୍ଦର ମଧ୍ୟରେ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଛି । ଏହାସହ ଛକ ଛକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି । 

ପୂର୍ବରୁ ଥିବା ସୁରକ୍ଷାକର୍ମୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ପାରାଦୀପ ବନ୍ଦରରେ ସୁରକ୍ଷା ସ୍ତର ୨କୁ ବଢାଯାଇଛି । ସେହିପରି ସୁରକ୍ଷା ବୃଦ୍ଧି ସହ ବନ୍ଦରକୁ ଆସୁଥିବା ସମସ୍ତ ଜାହାଜ ଉପରେ କଡ଼ା ନଜର ରଖାଯାଇଛି । ସମୟକ୍ରମେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି ଏବଂ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।

ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଅବଦୁଲ ରଉଫ ଆଝାରକୁ ନିପାତ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନର ବିଶ୍ୱବ୍ୟାପୀ ପ୍ରଭାବ ପକାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଡାକଡି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
india-pakistan-war-security-beefed-up-at-paradip-port | Argus News